February 26, 2026 3:21 am

ଆସନ୍ତା କାଲି ବୁର୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଆସନ୍ତା ୧୦ ତାରିଖ ଅର୍ଥାତ ଶନିବାର ମଧ୍ୟାହ୍ନ ୩ଟାରେ ବୁର୍ଲା ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପହଞ୍ଚିବା ସହିତ କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ସେଠାରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ଏହାପରେ ମୁଖ୍ୟମନ୍ତ୍ରୀ ଅଶୋକ ନିବାସ ଯାଇ ସେଠାରେ ରାତ୍ରୀ ଯାପନ କରିବେ ବୋଲି ପୋଲିସ ନିକଟରୁ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋର୍ଦାର୍ ପ୍ରସ୍ତୁତି ଚାଲିଛି । ବୁର୍ଲା ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ପଡ଼ିଆରେ ହେବାକୁ ଥିବା ସାଧାରଣ ସଭା ସ୍ଥଳ ପରିଦର୍ଶନ କରିଛନ୍ତି ଜିଲ୍ଲା ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀ ଏବଂ ପୋଲିସ ଅଧିକାରୀ । ସଭା ସ୍ଥଳରେ ସମସ୍ତ ବିଭାଗର ଅଧିକାରୀ ପହଞ୍ଚି ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କେଉଁ କେଉଁ ପ୍ରକଳ୍ପ ଶିଳାନ୍ୟାସ ହେବ ଜଣାପଡ଼ିନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ପୁଣି ଚଳଚଞ୍ଚଳ ହୋଇ ପଡ଼ିଛି ବୁର୍ଲା ସହର । ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି । ପୋଲିସ ବୁର୍ଲା ସହର ଠାରୁ ଅଶୋକ ନିବାସ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ।