June 26, 2025 11:35 pm

ନୂଆ-ଓ କ୍ରୀଡା ଉତ୍ସବ ଉଦଯାପିତ 

ପ୍ରଭାତ କୁମାର ମହାରଣା

ହିଞ୍ଜିଳିକାଟୁ : ତୃଣମୂଳ ସ୍ତରରେ ଯୁବ ଓ ଛାତ୍ର ମାନଙ୍କ ଭିତରେ ଲୁଚିରହିଥିବା ପ୍ରତିଭାର ଅନ୍ୱେଷଣ ସକାଶେ ରାଜ୍ୟ ସରକାରଙ୍କ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଭିଯାନ କ୍ରମରେ ରାଜ୍ୟର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନୂଆ-ଓ କ୍ରୀଡା ଉତ୍ସବ ଅନୁଷ୍ଠିତ ହେଉଛି। ଗତ ୨୧/ଡିସେମ୍ବର ଠାରୁ ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ତରରେ ଆରମ୍ଭ ହୋଇଥିବା ନୂଆ-ଓ କ୍ରୀଡା ଉତ୍ସବ ଗୁରୁବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି।

 ସ୍ଥାନୀୟ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମ ଠାରେ ଏହାର ଉଦଯାପନ ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରିଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ସ୍ଥାନୀୟ ତହସିଲଦାର,    ପ୍ରମୁଖ ମଞ୍ଚାସୀନ ଥିଲେ। ଓଡ଼ିଶା ମୋ ପରିବାରର ସମ୍ପାଦକ ନୀଳମଣି ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। 

ପୂର୍ବରୁ ଅନୁଷ୍ଠିତ ହୋଇଥିବା ପାଞ୍ଚଟି କ୍ରୀଡା ସ୍ପର୍ଦ୍ଧା ଯଥା କବାଡି, ଖୋ-ଖୋ, କ୍ରିକେଟ, ଫୁଟବଲ ଏବଂ ଭଲିବଲ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଏବଂ ସଂପୃକ୍ତ ଗୋଷ୍ଠୀକୁ ପୁରସ୍କାର ସହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର,  ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଅରୁଣ କୁମାର ସାମନ୍ତ, ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା, ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ପ୍ରଭାତ କୁମାର ମହାରଣା , ବିଜୁ ଛାତ୍ର ଜନତା ଦଳର ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ଛାତ୍ର ସାଧାରଣ ସମ୍ପାଦକ କେଶବ ମହାରଣା ପ୍ରମୁଖଙ୍କ ସମେତ ବହୁ କାଉନସିଲର, କ୍ରୀଡା ପ୍ରେମୀ ଏବଂ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ।