April 12, 2026 10:47 pm

ଦଲାଲଙ୍କ କବ୍‌ଜାରେ ବାଲେଶ୍ୱରର ୧୦ ଶିଶୁଶ୍ରମିକ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଧାନ କାଟିବା ପାଇଁ ଶ୍ରମିକଙ୍କ ଅଭାବ ଯୋଗୁ ଲୋକେ ବାହାର ଜିଲ୍ଲାର ଶ୍ରମିକମାନଙ୍କୁ ଆଣି ଧାନକଟାରେ ନିୟୋଜିତ କରୁଛନ୍ତି। ଏହାର ସୁଯୋଗ ନେଇ କେତେକ ଦଲାଲ ବାହାର ଜିଲ୍ଲାର ଶିଶୁଶ୍ରମିକମାନଙ୍କୁ ଆଣି ଏହି ଥାନା ଅଧୀନ ଅଞ୍ଚଳକୁ ଆସୁଥିଲେ। ଖବର ପାଇ ମହାକାଳପଡ଼ା ପୋଲିସ ଦଧିପୁର ଗ୍ରାମ ନିକଟ ଲୁଣାବନ୍ଧରୁ ୧୦ ଶିଶୁଶ୍ରମିକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ସେମାନଙ୍କ ଠିକଣା ପଚାରିବାରୁ ସେମାନେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳର ବୋଲି କହିଛନ୍ତି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଥାନାଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଏମାନେ ଆଦିବାସୀ ସମ୍ପ୍ରଦାୟ ସାନ୍ତାଳି ମାଙ୍କଡ଼ିଆ ଜନଜାତିର ବୋଲି କୁହାଯାଉଛି।