June 26, 2025 7:23 pm

ଆର୍ବଜନା ମୁକ୍ତ ସହର ପାଇଁ ଜାତୀୟ ସ୍ତରରେ ପୁରସ୍କାର ପାଇବ ଚିକିଟି ଏନ୍ଏସି

ଶାନ୍ତନୁ କୁମାର ରଣା 

ଚିକିଟି :ସହରକୁ ସ୍ବଚ୍ଛ ସୁନ୍ଦର କରିବା ଦିଗରେ ଚିକିଟି ବିଜ୍ଞାପିତ ଅଞ୍ଚଳର ବଜାର ସମେତ ସମସ୍ତ ୱାର୍ଡ ସର୍ବାଙ୍ଗୀନ ଉନ୍ନତି ପାଈଁ ବହୁ ବିଧି ପଦକ୍ଷେପ ଗ୍ରହଣ କରାଯାଉଛି। ପରିମଳ ଠାରୁ ଆରମ୍ଭ କରି ସର୍ବନିମ୍ନ ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ବର୍ତ୍ତମାନ ଆର୍ବଜନା ମୁକ୍ତ ସହର ଭାବେ ଜାତୀୟ ସ୍ତରରେ ଚୟନ ହୋଇ ରାଷ୍ଟ୍ରପତିଙ୍କ ନିକଟରୁ ପୁରସ୍କାର ପାଇବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। 

ଏନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଚିଠି ମାଧ୍ୟମରେ ଏନ୍ଏସିକୁ ଅବଗତ କରାଯାଇଛି। ଆର୍ବଜନା ମୁକ୍ତ ସହର ପାଇଁ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ ଅଭିଯାନ ଆନୁକୂଲ୍ୟରେ  ହୋଇଥିବା ଚୟନ ପ୍ରକ୍ରିୟାରେ ଚିକିଟି ଏନ୍ଏସି ଉଲ୍ଲେଖନୀୟ ଅବଦାନ ପାଇଁ ଏଭଳି ପୁରସ୍କାର ପାଇବା ନେଇ ଯୋଗ୍ୟ ବିବେଚିତ ହୋଇଛି। ଏହି ଖବର ପହଞ୍ଚିବା ପରେ ସ୍ଥାନୀୟ ଇଲାକାରେ ଖୁସିର ଲହରି ଖେଳି ଯାଇଛି। ଆସନ୍ତା ୧୧ ତାରିଖ ନୂଆଦିଲ୍ଲୀର ଭାରତ ମଣ୍ଡପରେ ପୁରସ୍କାର ବିତରଣ ଉତ୍ସବରେ ଚିକିଟି ଏନଏସି ନଗରପାଳିକା ଦୀପା କୁମାରୀ ସାହୁ ଓ ,କାର୍ଯ୍ୟ ର୍ନିବାହୀ ଅଧିକାରୀ କୁଲଦୀପ କୁମାର ଓ ପରିମଳ ବିଭାଗର କର୍ମଚାରୀ ଏହି ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରସ୍କାର ଗ୍ରହଣ କରିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।