February 26, 2026 10:39 am

ବଲାଙ୍ଗୀର ରେ ମୁଖ୍ୟମନ୍ତ୍ରୀ ଙ୍କୁ କଳାପତାକା ଦେଖାଇ ୬ କଂଗ୍ରେସ କର୍ମୀ ଅଟକ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ପ୍ରଶାସନ ବ୍ୟାପକ ଭାବରେ ସୁରକ୍ଷା ବ୍ୟବସ୍ଥା କରିଥିବା ବେଳେ କଳା ପତାକା, ଅଣ୍ଡା ମାଡ଼କୁ ଆଖି ଆଗରେ ରଖି ଦେଓଗାଁ ପୁଲିସ ୬ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି। ଅଟକଥିବା କଂଗ୍ରେସ କର୍ମୀମାନେ ହେଲେ ଓବିସି ସେଲ ସଧାରଣ ସମ୍ପାଦକ ଜନ୍ମଜୟ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱଜିତ୍ ପାତ୍ର ସହ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି। ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁଷୁରା ସ୍ଥିତ ଉଡ଼ାଜାହାଜ ପଡ଼ିଆରେ ଓହ୍ଲାଇ ବଲାଙ୍ଗୀର ଅଭିମୁଖେ ଯାଇଥିବା ବେଳେ ଦେଓଗାଁ ବସଷ୍ଟାଣ୍ଡଠାରେ ଥାନାରୁ ଶହେ ମିଟର ଦୂରରେ ମୁଖ୍ୟମନ୍ତ୍ରୀଙ୍କ କାର କେଟକୁ କଳା ପତାକା ଦେଖାଇଥିଲେ ଛାତ୍ର କଂଗ୍ରେସର ଆର୍ତ୍ତ ଘିଭେଲା ଓ ବିଶାଳ ଦାସ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୂର୍ବ ପ୍ରସ୍ତୁତି କରିଥିଲେ ବି କଳା ପତାକା ପ୍ରଦର୍ଶନ ବିଷୟରେ କୌଣସି ଖବର ନ ପାଇବାରୁ ପୁଲିସର ଗୁଇନ୍ଦା ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।