February 26, 2026 4:34 am

ପ୍ରାକ୍ ବଜେଟ ପରାମର୍ଶ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନ କନ୍ଭେନସନ୍ ହଲ ଠାରେ ଆୟୋଜିତ ପ୍ରାକ୍ ବଜେଟ ପରାମର୍ଶ ସଭା ବୈଠକରେ ମୁଖ୍ୟମନ୍ତ୍ରୀ ବିଶେଷଜ୍ଞ, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନଙ୍କ ସହିତ ପ୍ରାକ୍ ବଜେଟ ପରାମର୍ଶ ଆଲୋଚନା କରିଛନ୍ତି । ନିକଟରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଜନମତରୁ ସଂଗ୍ରହ କରାଯାଇଥିଲା । ଆହୁରି ମଧ୍ୟ ଆଗକୁ କାର୍ଯ୍ୟକାରୀ ହେବାକୁ ଥିବା ଶ୍ରୀ ଜଗନ୍ନାଥ ଦର୍ଶନ କାର୍ଯ୍ୟକ୍ରମ, କଟକ-ଭୁବନେଶ୍ୱର-ପାରାଦୀପ-ପୁରୀ ଅର୍ଥନୈତିକ କରିଡର ପରିକଳ୍ପନା ଜନମତରୁ ଆସିଛି । ଜନମତ ଆଧାରରେ ନୀତି, ଯୋଜନା କାର୍ଯ୍ୟକ୍ରମରେ ମଧ୍ୟ ଆବଶ୍ୟକୀୟ ପରିବର୍ତ୍ତନ କରାଯାଉଛି । ତେଣୁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା, ଘୋଷଣାକୁ ନେଇ ସମସ୍ତଙ୍କଠୁ ସୁଚିନ୍ତିତ ମତାମତ ଓ ପରାମର୍ଶ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ । ସେ ଆହୁରି କହିଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଓଡ଼ିଶାରେ ବ୍ୟାପକ ଶିଳ୍ପାୟନ, ରୋଜଗାର ସୃଷ୍ଟି ଓ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିଛି । କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ପଦକ୍ଷେପ ଓ ରାଜ୍ୟସରକାରଙ୍କ ମହିଳା ଓ କୃଷକମାନଙ୍କ ଲାଗି ନିଆଯାଉଥିବା ପଦକ୍ଷେପ ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଚଳଚଞ୍ଚଳ କରିଛି । ୨୦୨୬-୨୭ ରେ ମଧ୍ୟ କେନ୍ଦ୍ର ବଜେଟରେ ମଧ୍ୟ ଓଡ଼ିଶା ପାଇଁ ଅନେକ ପଦକ୍ଷେପ ଘୋଷଣା କରାଯାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଜି ଓଡ଼ିଶାକୁ ଦେଶରେ ପ୍ରାଥମିକତା ମିଳୁଛି ।୨୦୨୬-୨୭ ବଜେଟ ପ୍ରସ୍ତୁତି ପାଇଁ ୱେବ୍ ପୋର୍ଟାଲ, ଇ-ମେଲ, ଏସ୍.ଏମ୍.ଏସ୍., ୱାଟସଅପ୍ ଜରିଆରେ ବହୁ ସଂଖ୍ୟାରେ ସୁଚିନ୍ତିତ ମତାମତ ଆସିବାରେ ଲାଗିଛି । ଲୋକଙ୍କ ସରକାରରେ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ ଏବଂ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଯୋଜନା ପ୍ରସ୍ତୁତ କରାଯିବ । ଏହି ବୈଠକରୁ ଯେଉଁ ସବୁ ସୁଚିନ୍ତିତ ପରାମର୍ଶ ମିଳିଛି, ବିଭାଗ ତାକୁ ରେକର୍ଡ କରି ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ ।