June 26, 2025 2:39 pm

ଦେଶରେ ୩ଟିସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ପ୍ରକଳ୍ପ କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତରେ ଖୁବଶୀଘ୍ର  ୩ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ପ୍ରକଳ୍ପ ପ୍ରତିଷ୍ଠା ହେବ। ଆଜି  କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ସମ୍ପର୍କିତ ୩ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହା ଦ୍ବାରା ଭାରତରେ ୧.୨୬ ଲକ୍ଷ କୋଟି ନିବେଶ ସୁଯୋଗ ସହିତ ସେମିକଣ୍ଡକ୍ଟର ଭାଲ୍ୟୁ ଚେନ ସ୍ଥାପିତ ହୋଇପାରିବ। ଇଲୋକ୍ଟ୍ରନିକ୍ସ ଏବଂ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକଙ୍କୁ କହିଛନ୍ତି କ୍ୟାବିନେଟରେ ଗୁରୁବାର ୩ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରିବା ପ୍ରସ୍ତାବକୁ ଅନୁମ‌ୋଦନ କରାଯାଇଛି। ଏସବୁ ପ୍ଲାଣ୍ଟର ଭୂମି ପୂଜନ ଆସନ୍ତା ୧୦୦ ଦିନ ମଧ୍ୟରେ କରାଯିବ। ଗୁଜରାଟରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ପାଇଁ ଟାଟା ଗ୍ରୁପ୍ ଏବଂ ପିଏସଏମସିକୁ ମଞ୍ଜୁରୀ ମିଳିଛି।

ଟାଟାର ପ୍ରତିମାସରେ ୫୦ ହଜାର ୱେଫର୍ସ ଚିପ୍ସ ଉତ୍ପାଦନ କରିବାର କ୍ଷମତା ରହିଛି। ଏକ ୱେଫରରେ ୫ ହଜାର ଚିପ୍ସ ରହିଥାଏ। ଫଳରେ ଏକବର୍ଷରେ ମୋଟ ୩ ବିଲିୟନ ଚିପ୍ସ ପ୍ରସ୍ତୁତ ହୋଇ ପାରିବ। 

ଟାଟା ସେମିକଣ୍ଡକ୍ଟର ଆସମ୍ବେଲ ଆଣ୍ଡ ଟେଷ୍ଟ ପ୍ରାଇଭେଟ ଲିମିଟେଡ ଆସାମର ମୋରିଗାଓଁରେ ୨୭,୦୦୦ କୋଟି ଟଙ୍କା ବ୍ୟୟରେ ଆସମ୍ବେଲ ୟୁନିଟ ସ୍ଥାପନ କରିବ।

ଏହା ସହିତ ତାଇୱାନର ପାୱାରଚିପ୍ ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ କର୍ପୋରେସନ(ପିଏସଏମସି)କୁ ଚିପ୍ସ ବିକଶିତ କରିବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହା ସହିତ ମୁମ୍ବାଇସ୍ଥିତ ସିଜି ପାୱାର. ଜାପାନର ରେନେସାସ ଇଲେକ୍ଟ୍ରୋନିକ୍ସ ଏବଂ ଥାଇଲ୍ୟାଣ୍ଡର ଷ୍ଟାର୍ସ ମାଇକ୍ରୋଇଲୋକ୍ଟ୍ରୋନିକ୍ସର ମିଳିତ ସହଯୋଗରେ ଗୁଜରାଟର ସାନନ୍ଦରେ ଏକ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ କରାଯିବ। ଏହା ଦ୍ବାରା ୨୦ ହଜାର ପ୍ରତ‌୍ୟକ୍ଷ ଏବଂ ୬୦ ହଜାର ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ।