December 6, 2025 2:53 pm

ପାହାଡ଼ରେ ଭୂସ୍ଖଳନ,ବସ୍ ଉପରେ ପଡ଼ି ୧୫ ଜଣଙ୍କ ମୃତ୍ୟୁ

ଶିମଲା:ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ବରଠୀ ଅଞ୍ଚଳର ଭଲୁ ସେତୁ ନିକଟରେ ଭୂସ୍ଖଳନ ହୋଇଥିଲା । ଫଳରେ ଏକ ଘରୋଇ ଚଳନ୍ତା ବସ୍ ଉପରେ ଭଗ୍ନାବଶେଷ/ ବଡ ପଥର ଖସିପଡ଼ିଛି। ରିପୋର୍ଟ ଅନୁଯାୟୀ, ଏଥିରେ ୩୦ ଜଣ ଯାତ୍ରା କରୁଥିଲେ। ବର୍ତ୍ତମାନ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି।ସ୍ଥାନୀୟ ବାସିନ୍ଦା ଏବଂ ପୋଲିସ ପ୍ରଶାସନର ସହାୟତାରେ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ବାକି ସମସ୍ତ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଉଛି। ଏହି ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ସନ୍ତୋଷୀ ନାମକ ଏକ ଘରୋଇ ବସ୍ ଉପରେ ପଥର ଏବଂ ଭଗ୍ନାବଶେଷ ପଡ଼ିବା ଯୋଗୁଁ ଏହା ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ବସ୍‌ଟି ମରୋତନରୁ ଘୁମାରୱିନ୍‌କୁ ଯାତ୍ରା କରୁଥିଲା। ଏହି ସମୟରେ ଭଲୁ ସେତୁ ଏବଂ ବରଠୀ ନିକଟରେ ଏକ ସମ୍ପୂର୍ଣ୍ଣ ପାହାଡ଼ ଭାଙ୍ଗି ବସ୍‌ ଉପରେ ପଡ଼ିଗଲା। ଏହି ଘଟଣା ସନ୍ଧ୍ୟା ପ୍ରାୟ ୬:୨୫ ସମୟରେ ଘଟିଥିଲା।