ଭୁବନେଶ୍ୱର: ଇ-ମେଲ୍ ମାଧ୍ୟମରେ ରାଜ୍ୟର ୩ଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇବାକୁ ମିଳିଛି ଧମକ। ଏହି ଧମକ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। କଟକ, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲା କୋର୍ଟକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୋର୍ଟ ପରିସରକୁ ଖାଲି କରାଯାଇ ବମ୍ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡ ତନତନ କରି ଯାଞ୍ଚ କରୁଛନ୍ତି। ଅପରାହ୍ଣ ୨ଟା ୪୫ ସୁଦ୍ଧା କୋର୍ଟ ପରିସର ଖାଲି କରିବାକୁ ଇ-ମେଲ୍ ମାଧ୍ୟମରେ ଧମକ ମିଳିଛି। ଏହି ମାମଲାକୁ ଜାଣିବା ପରେ ତୁରନ୍ତ ତଦନ୍ତ ଆରମ୍ଭ କରାଯିବା ସହ ଡିଜିପି କହିଛନ୍ତି, ସମସ୍ତ ୩ଟି କୋର୍ଟରେ ପୁଲିସ ଯାଞ୍ଚ କରୁଛି ଏବଂ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ପରିସ୍ଥିତି ଉପରେ କଡା ନଜର ରଖାଯାଇଛି। ଜନସାଧାରଣଙ୍କୁ ଭୟଭୀତ ନ ହୋଇ ତଦନ୍ତରେ ସହାୟତା କରିବାରେ ପୁଲିସକୁ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଡିଜିପି। ଅନ୍ୟପଟେ ବୋମା ଧମକର ଖବର ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ତୁରନ୍ତ ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ନର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ଅପରାଧୀଙ୍କୁ ଖୋଜି ବାହାର କରିବା ସହିତ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆଜି ସନ୍ଧ୍ୟାରେ ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଡାକିଛନ୍ତି।


ଅଦିନିଆ ରଥଯାତ୍ରା ରୋକିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
NabaBharat
April 12, 2026
Read More »






ପଶ୍ଚିମବଙ୍ଗ ନିର୍ବାଚନ 2026 ପାଇଁ ବିଜେପି ପ୍ରକାଶ କଲା ‘ସଂକଳ୍ପ ପତ୍ର’ ଶୀର୍ଷକ ଇସ୍ତାହାର
NabaBharat
April 11, 2026
Read More »



ଅଦିନିଆ ରଥଯାତ୍ରା ରୋକିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
NabaBharat
April 12, 2026
Read More »






ପଶ୍ଚିମବଙ୍ଗ ନିର୍ବାଚନ 2026 ପାଇଁ ବିଜେପି ପ୍ରକାଶ କଲା ‘ସଂକଳ୍ପ ପତ୍ର’ ଶୀର୍ଷକ ଇସ୍ତାହାର
NabaBharat
April 11, 2026
Read More »
