December 6, 2025 11:32 am

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଜଧାନୀରେ ଫୁଟିଲା ବୋମା

new years tradition of the pagara explosion

ଭୁବନେଶ୍ୱର: ଭରତପୁର ପଣ୍ଡା କୁଦିଆ ବସ୍ତିରେ ବୋମା ଫୁଟିବା ଘଟଣାକୁ ମାତ୍ର କିଛି ଦିନ ବିତିଥିବା ବେଳେ, ପୁଣି ଗତକାଲି ବିଳମ୍ୱିତ ରାତିରେ ଭୁବନେଶ୍ୱର ଫୁଲେଶ୍ୱରି ବସ୍ତିରେ ବୋମା ମାଡ଼ ହୋଇଛି । କମିଶନରେଟ୍ ପୋଲିସକୁ ଚାଲେଞ୍ଜ କରି ବୋମାମାଡ଼ କରିଛି ଦୃର୍ବୁତ୍ତ । ଫୁଲେଶ୍ୱରି ବସ୍ତିର ଏକ କ୍ଳବ୍ ଘର ଉପରକୁ ଦୃର୍ବୁତ୍ତ ମାନେ ବୋମା ମାଡ କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅନୁମାନ କରିଛନ୍ତି ସ୍ଥାନୀୟ ଲୋକ । ହଠାତ୍ ପ୍ରଚଣ୍ଡ ଶବ୍ଦ ହେବାରୁ ଲୋକମାନେ ଆତଙ୍କିତ ହୋଇ ପଡ଼ିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ପରେ ଘଟଣା ସ୍ଥଳରେ ଭରତ ପୁର ଥାନା ପୁଲିସ୍ ପହଞ୍ଚି ଛାନଭିନ ଆରମ୍ଭ କରିଛି । କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି ରାଜଧାନୀ।