June 26, 2025 7:01 pm

ବିଜେପି ବିଷଧର ସାପଠୁ ବଳି ଭୟଙ୍କର: ମମତା ବାନାର୍ଜୀ

କୋଲକାତା: ପ୍ରଥମ ପର୍ଯ୍ୟାୟ ଲୋକସଭା  ନିର୍ବାଚନ ଆରମ୍ଭକୁ ମାତ୍ର ଦୁଇ ସପ୍ତାହ ବାକିଥିବ ବେଳେ ସବୁ ଦଳ ବ୍ୟାପକ ପ୍ରସ୍ତୁତିରେ ଲାଗିପଡିଥିବା ବେଳେ ବିବାଦୀୟ ରାଜନୈତିକ ବୟାନବାଜି  ବଢିବାରେ ଲାଗିଛି। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଚବିହାରରେ ବିରୋଧୀ ବିଜେପି ବିରୋଧରେ ବିବାଦୀୟ ତଥା ଅପମାନଜନକ ଭାଷା ବ୍ୟବହାର କରିଛନ୍ତି। ମମତା ବାନାର୍ଜୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ବିଷଧର ସାପ ଉପରେ ବିଶ୍ୱାସ କରନ୍ତୁ କିନ୍ତୁ ବିଜେପିକୁ ନୁହେଁ। ଏହାଛଡ଼ା ସେ ଆଉ କେତେକ ବିବାଦୀୟ ବୟାନ ଦେଇଛନ୍ତି ।

ବିହାରରେ ମମତା ବାନାର୍ଜୀ ବିଜେପି ବିରୋଧରେ ଅନେକ ବଡ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ବିଜେପି ନିର୍ବାଚନ ଆଚରଣ ବିଧି ପାଳନ କରୁନାହିଁ। ଶୀତଳକୁଚିରେ ଗୁଳି କରି ହତ୍ୟା କରିଥିବା ବ୍ୟକ୍ତି ଏବେ ବୀରଭୂମରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ମମତା ଅଭିଯୋଗ କରିଛନ୍ତି ଯେ ଆବାସ ଯୋଜନା ପାଇଁ ୩ ବର୍ଷ ହେଲା ଟଙ୍କା ଦିଆଯାଉନାହିଁ। ରାସ୍ତା ର ଟଙ୍କା ଦିଆଯାଉନାହିଁ । କାମର ପ୍ରଥମ ୧୦୦ ଦିନରେ ବଙ୍ଗଳା ଏକ ନମ୍ବରସ୍ଥାନରେ ଥିଲା।

ମମତା ବାନାର୍ଜୀ କୁଚବିହାରର ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକଙ୍କ ନାମ ନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଏହି ମନ୍ତ୍ରୀଙ୍କ ନାମରେ ଏକ କଳଙ୍କ ରହିଛି। ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ବଦଳି ହେଉଛି, କେନ୍ଦ୍ରୀୟ ଏଜେନ୍ସିର କେତେ ବଦଳି ହୋଇଛି ବୋଲି ମମତା ପ୍ରଶ୍ନ କରିଛନ୍ତି । ସିଏଏ ଏବଂ ଏନଆରସି ଦ୍ବାରା ଲୋକଙ୍କୁ ବାଂଲାଦେଶୀ ଭାଷା କହି ଡିଟେନସନ୍ କ୍ୟାମ୍ପକୁ ପଠାଯିବ।