June 26, 2025 1:52 pm

ବିଜେଡିର ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା, ଦେବଗଡରେ  ପ୍ରାର୍ଥୀ ପରିବର୍ତ୍ତନ

ଭୁବନେଶ୍ଵର: ଆଜି ବିଜୁ ଜନତା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ତରଫରୁ ଶେଷ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ବିଜେଡିର ବଳକା ଥିବା ତିନି ଆସନର ପ୍ରାର୍ଥୀ ହେଲେ

ଖଣ୍ଡପଡା- ସାବିତ୍ରୀ ପ୍ରଧାନ

ନୀଳଗିରି- ସୁକାନ୍ତ ନାୟକ

କୋରେଇ- ସଂଧ୍ୟାରାଣୀ ଦାସ

ସେହିପରି ଦେବଗଡର ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିଛି ବିଜେଡି। ସେଠାରେ ରାଣୀ ଅରୁନ୍ଧତୀ ଦେବୀଙ୍କୁ ପରିବର୍ତ୍ତନ କରି ରୋମାଞ୍ଚ ରଂଜନ ବିଶ୍ଵାଳଙ୍କୁ ପ୍ରାର୍ଥୀ କରାଯାଇଛି।