ନବୀନ ଙ୍କ ବିକାଶ ରଥ କୁ ଆଗେଇ ନେବାକୁ କର୍ମୀମାଙ୍କୁ ଆହ୍ଵାନ ଦେଲେ ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ର
କେନ୍ଦୁଝର: ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ତୋ ଠାରେ ଏକ ବିଶାଳ କର୍ମୀ ସମାବେଶ ମହାସମାରୋହ ରେ ଶୃଙ୍ଖଳା ର ସହିତ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ବିଜେଡି ଯୁବ ନେତା ତଥା ଘସିପୁରା ବ୍ଲକ ପୂର୍ବତନ ଅଧକ୍ଷ ଦେବାଶିଷ ପାତ୍ର ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ପ୍ରଫେସର ବଦ୍ରି ନାରାୟଣ ପାତ୍ର ଙ୍କ ପ୍ରତେକ୍ଷ ତତ୍ଵାବଧାନ ରେ ୭ ହଜାର ରୁ ଉର୍ଦ୍ଧ କର୍ମୀ ଯୋଗଦେଇଥିଲେ। ଏହି ପ୍ରରିପ୍ରେକ୍ଷୀରେ ଶ୍ରୀ ପାତ୍ର ନିଜ ବକ୍ତବ୍ୟ ପ୍ରଦାନ ରେ କହିଥିଲେ ଯେ ଓଡିଶା ବାସୀଙ୍କ ର ଆଶା, ଭରସା, ଓ ଆକାଂକ୍ଷା କୁ ଅକ୍ଷୁର୍ଣ ରଖି ଏକା ସମୃଦ୍ଧି ଓ ସ୍ୱାଭିମାନ ଓଡିଶା ଗଢ଼ିବାର ସ୍ବପ୍ନ ନେଇ ଗଠିତ ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପ୍ରବାଦ ,ପୁରୁଷ ବିଜୁ ପଟ୍ଟନାୟକ ଙ୍କ ସୁନାର ଓଡିଶା ସ୍ବପ୍ନ ଦେଖିବା ସମ୍ୟକ ବିଷୟରେ ଆଲୋକପାତ କରିବା ସହିତ ବିଜୁ ବାବୁ ଙ୍କ ସୁ ପୁତ୍ର ନବୀନ ସରକାର ଙ୍କ ୨୩ ବର୍ଷ ର ସୁଶାସନ ଓ ଲୋକଆଭିମୁଖୀ ଯୋଜନା ସମ୍ପର୍କ ରେ ପୁଂଖାନୂପୁଙ୍ଖୁ ଭାବେ ଆଲୋକ ପାତ କରିଥିଲେ।
ଶ୍ରୀ ପାତ୍ର ଆହୁରି କହିଥିଲେ ଆଧୁନିକ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବ ଓ ଆମ୍ଭ ମାନଙ୍କ ମଧ୍ୟରେ ଏକତା ରକ୍ଷା କରି ନବୀନ ଙ୍କ ବିକାଶ ରଥ କୁ ଆଗେଇ ନେବା କୁ କର୍ମୀମାନେ ବଜ୍ର ଶପଥ ନିଅନ୍ତୁ। ଆଗାମୀ ୨୦୨୪ ନିର୍ବାଚନ ରେ ନବୀନ ସରକାର ବିଜୟୀ ହେଲେ ଓଡିଶା ଦେଶର ମୁଖ୍ୟ ଓ ଆଦର୍ଶ ରାଜ୍ୟ ଭାବେ ଗଠିତ ହୋଇପାରିବ। ତଥା ସାଧାରଣ ଜନତା ଙ୍କ ସ୍ବପ୍ନ ସାକାର କରିବାର ସମର୍ଥ କେବଳ ବିଜେଡି ର ଅଛି ବୋଲି ଶ୍ରୀ ପାତ୍ର କହିଥିଲେ।
ସମ୍ମାନିତ ଅତିଥି ବିଜେଡି ର ବରିଷ୍ଠ ପରାମର୍ଶଦାତା ଗୋପୀନାଥ ସ୍ୱାଇଁ, ଦୀନବନ୍ଧୁ ପତି, ମନିଚରଣ ଚକ୍ର, ଦୋଳଗୋବିନ୍ଦ ବେହେରା, ଗୀତାଞ୍ଜଳି ନାଏକ, ସୁରେନ୍ଦ୍ର ଜେନା, ସେକ ଇମ୍ରାନ, ପଞ୍ଚାନନ ବେହେରା, ଯଦୁମଣି ନାଏକ, ସେକ ଅହିଦ, ପରେଶ କୁଆଁର, କୃଷ୍ଣ ଚନ୍ଦ୍ର ରାଉଳ, ଜୟଶ୍ରୀ ମହାନ୍ତ, ନନ୍ଦକିଶୋର ବେହେରା, ସତ୍ୟପ୍ରକାଶ ଖୁଣ୍ଟିଆ, ବିରଞ୍ଚି ମହାପାତ୍ର, ଦେବଦତ୍ତ ନାୟକ, ସିକନ ପାଢ଼ୀ, ସମେତ ଘସିପୁରା ଓ ଘଟଗାଁ ଓ ଘଷିପୁରା ବିଧାୟକ ବ୍ଲକ ର ଅଧକ୍ଷ ଓ ଜିଲ୍ଲା ପରିଷଦ ର ସଦସ୍ୟ ସଦସ୍ୟା, ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ବର, ଯୁବ ବିଜେଡି, ମହିଳା ବିଜେଡି, ଛାତ୍ର ବିଜେଡି, ଏସ ଏସ ଜି ଗ୍ରୁପ, ବ୍ଲକ ସଭାପତି, ସମ୍ପାଦକ ସମେତ ସାଙ୍ଗଠନିକ କର୍ମୀ ମାନେ ଯୋଗଦେଇ ଥିଲେ। ପ୍ରାରମ୍ଭରୁ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସ୍ବର୍ଗତ ବିଜୁ ବାବୁଙ୍କ ଫୋଟ ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଶେଷରେ ବରିଷ୍ଠ ଆଇନଜୀବି ବିଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।