ଭୁବନେଶ୍ଵର: ଆଜି ବିଜେଡି ତାହାର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୬ଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏଥିରେ ପାଞ୍ଚ ଜଣ ବିଧାୟକ/ବିଧାୟିକା ମାନଙ୍କର ଟିକେଟ୍ କଟିଛି। ଯଦିଓ ସେଥିମଧ୍ୟରୁ ବାଙ୍ଗିରିପୋଷି ରୁ ବିଧାୟକ ସୁଦାମ ମାରାଣ୍ଡି (ଯାହାଙ୍କୁ ଚଳିତଥର ମୟୁରଭଞ୍ଜ ଲୋକସଭା ପାଇଁ ବିଜେଡି ପାର୍ଥୀ କରିଛି ) ଙ୍କ ପତ୍ନୀ ରଂଜିତା ମାରାଣ୍ଡି ଙ୍କୁ ଟିକେଟ୍ ମିଳିଛି।
ଅପରପକ୍ଷରେ ବାଲିକୁଦା -ଏରସମା, ହିନ୍ଦୋଳ, ରଘୁନାଥପଲ୍ଲୀ ଏବଂ ବରୀ ରେ ବିଧାୟକ/ବିଧାୟିକା ମାନଙ୍କର ଟିକେଟ କଟିଛି। ଏହାକୁ ମିଶାଇ ସର୍ବମୋଟ ୧୪୧ ଟି ଆସନ ପାଇଁ ବିଜେଡି ତାର ପ୍ରାଥୀ ଘୋଷଣା କରିଲା। ଆଉ ୬ଟି ଆସନ ବାକି ରହିଲା।
ବିଧାନସଭା ପାର୍ଥୀ/ପାର୍ଥୀନୀ ମାନେ ହେଲେ:
- ବାଲିକୁଦା -ଏରସମା: ଶାରଦା ପ୍ରସନ୍ନ ଜେନା
- ହିନ୍ଦୋଳ : ମହେଶ ସାହୁ
- ରଘୁନାଥପଲ୍ଲୀ : ଅର୍ଚନା ରେଖା ବେହେରା
- କାକଟପୁର : ତୁଷାରକାନ୍ତି ବେହେରା
- ବରୀ: ବିଶ୍ୱରଂଜନ ମଲ୍ଲିକ
- ବାଙ୍ଗିରିପୋଷି: ରଂଜିତା ମାରାଣ୍ଡି
Post Views: 74