February 26, 2026 4:33 am

ପାଣ୍ଡିଆନ ଆମର ନେତା ନୁହନ୍ତି: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ବିଜେଡିର କିଛି ପରାଜିତ ଏବଂ ଅସନ୍ତୁଷ୍ଟ ନେତା ଏକାଠି ଭୋଜିଭାତ କରିବା ପରେ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା। ନେତାମାନେ ଏକାଠି ହୋଇ ଆଞ୍ଚଳିକ ଦଳ ଗଠନ ପାଇଁ ଯୋଜନା କରୁଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ପୂର୍ବରୁ ଭି.କେ. ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନଙ୍କୁ ବିଜେଡି ସଭାପତି କରାଯିବା ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ବିଜେଡି ନେତା ସମ୍ବିତ ରାଉତରାୟ ପ୍ରଥମେ ମୁହଁ ଖୋଲିଥିଲେ। ପାଣ୍ଡିଆନ ଆମ ନେତା ନୁହନ୍ତି ବୋଲି ସମ୍ବିତ କହିଥିଲେ। ଏବେ ସମ୍ବିତଙ୍କୁ ସମର୍ଥନ କରିଛନ୍ତି ପ୍ରମିଳା ମଲ୍ଲିକ। ସେ ବି ଏକସ୍ବରରେ କହିଛନ୍ତି, ପାଣ୍ଡିଆନ ଆମ ନେତା ନୁହନ୍ତି। ପ୍ରମିଳା କହିଛନ୍ତି, ସମ୍ବିତ ଯାହା କହିଛନ୍ତି ଠିକ୍ କହିଛନ୍ତି। ପାଣ୍ଡିଆନ ଆମ ନେତା ନୁହନ୍ତି। ଆମର ଜଣେ ନେତା ନବୀନ ପଟ୍ଟନାୟକ। ଦଳରେ ଗୋଷ୍ଠୀ କନ୍ଦଳ ନାହିଁ। ସମସ୍ତେ ଠିକ୍ ଏବଂ ସଂଗଠିତ ଅଛନ୍ତି। କିଛି ନେତାଙ୍କ ଭୋଜିଭାତକୁ ଗୋଷ୍ଠୀକନ୍ଦଳ କହିବା ଠିକ୍ ନୁହେଁ।