ଶାନ୍ତନୁ କୁମାର ରଣା
ବ୍ରହ୍ମପୁର: ସ୍ଥାନୀୟ ସିଦ୍ଧ ବିନାୟକ ମନ୍ଦିର ପରିସରରେ ବିକ୍ଷୀପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡ଼ା, ଗଞ୍ଜାମ ପକ୍ଷରୁ ଗଞ୍ଜାମ ଜିଲ୍ଲା ସାହିତ୍ୟ ସମ୍ମିଳନୀ ସଫଳତାର ସହ ଆୟୋଜିତ ହୋଇଯାଇଛି । କୃତିବାସ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଶତାଧିକ କବି, କବୟିତ୍ରୀ, ପ୍ରାବନ୍ଧିକ ଓ ଗାଳ୍ପିକ ଯୋଗ ଦେଇଥିଲେ ।
ଏହି ସମ୍ମିଳନୀରେ ଉଦ୍ଘାଟକ ଭାବେ ଦକ୍ଷିଣ ଓଡ଼ିଶା ଇତିହାସ ସମାଜର ସଭାପତି ଏବଂ ବ୍ୟଙ୍ଗ କବି ମଦନ ମୋହନ ମହାପାତ୍ର, ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ସମ୍ମାନୀତ ଅତିଥି ଭାବେ ସୁସାହିତ୍ୟିକ ଡ଼ାକ୍ତର ସାଗର ରଞ୍ଜନ ତ୍ରିପାଠୀ, ବରିଷ୍ଠ କବି, ନାଟ୍ୟ ନିର୍ଦ୍ଦେଶକ ପୋଲସରା ନୁଣିଘାଟି ଗ୍ରାମର ପ୍ରଶାନ୍ତ ନନ୍ଦ ଏବଂ ମୁଖ୍ୟବକ୍ତା ଭାବେ ଗଣଶିକ୍ଷା ବିଭାଗ, ଆଞ୍ଚଳିକ ନିର୍ଦ୍ଦେଶକ ସୁଶାନ୍ତ ଦାସ ଯୋଗ ଦେଇଥିଲେ ।
ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିକ୍ଷୀପ୍ତା ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡ଼. ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ କାର୍ଯ୍ୟକାରୀ ସଭାପତି ଗୌରୀପତି ଦାଶଙ୍କ ମାର୍ଗଦର୍ଶନ ରେ କୃଷ୍ଣଚନ୍ଦ୍ର ତ୍ରିପାଠୀ, ମେଜର ରମାରମଣ ପାଢ଼ୀ, ସୁଶାନ୍ତ ଦାଶ ଏବଂ ମିହିର ରଞ୍ଜନ ତ୍ରିପାଠୀଙ୍କୁ ବିକ୍ଷୀପ୍ତା ସମ୍ମାନ, ପ୍ରମୋଦ କୁମାର ପଣ୍ଡା ଏବଂ ବିଶ୍ୱ ମୋହନ ମିଶ୍ରଙ୍କୁ ବିକ୍ଷୀପ୍ତା ପ୍ରଭା ସମ୍ମାନ ପ୍ରଦାନ କରାଯିବା ସହ ବ୍ରହ୍ମପୁର ଏବଂ ବୁଗୁଡ଼ା ଅଞ୍ଚଳର ଆଠ ଜଣ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏତଦ୍ ବ୍ୟତୀତ ସମ୍ମିଳନୀରେ ବୁଗୁଡ଼ା, ଫାଶୀ, ଭୂତସରସିଙ୍ଗି, ଖଲ୍ଲିକୋଟ, ଛତ୍ରପୁର, ବ୍ରହ୍ମପୁର, ଚିକିଟୀ, ଦିଗପହଣ୍ଡି ଅଞ୍ଚଳର ୩୦ ଜଣ ସାହିତ୍ୟିଙ୍କୁ ବିକ୍ଷୀପ୍ତା ଜ୍ୟୋତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ୨ୟ ପର୍ଯ୍ୟାୟରେ ଅନୁଷ୍ଠିତ କବିତା ପାଠୋତ୍ସବକୁ ରାଇ ରଞ୍ଜନ ନନ୍ଦ ଏବଂ ମାଧବ ବାଡ଼ତ୍ୟା ପରିଚାଳନା କରିଥିଲେ । ସୁପ୍ରଜିତ ସାହୁ, ବନ୍ଦନା ପଣ୍ଡା, ପ୍ରଭାତୀ ମଞ୍ଜରୀ ବେହେରା, ସୌାମିନୀ ମିଶ୍ର, ବନ୍ଦନା ମିଶ୍ର, ପଦ୍ମିନୀ ମିଶ୍ର ସଂଯୋଜନା କରିଥିଲେ ।
ଦୁଇଟି କକ୍ଷରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର ଶତାଧିକ ଅତିଥି କବି କବିତା ପାଠ କରିଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ପରିଚାଳନାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ବି.ଗୋବିନ୍ଦ ରାଓ ଏବଂ ଅଧ୍ୟାପିକା ସୁଜାତା ସିଂ ସହଯୋଗ କରିଥିଲେ । କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ରବି ନାରାୟଣ ମହାନ୍ତି, ସୁଜାତା ଷଡ଼ଙ୍ଗୀ, ପ୍ରସନ୍ନ କୁମାର ଦାଶ, ଅରବିନ୍ଦ ପଣ୍ଡା, ଦୀନବନ୍ଧୁ ଶ୍ରୀପଲ୍ଲବ, ରିତାରାଣୀ ମହାପାତ୍ର, ବିଭୂତି ଭୂଷଣ ମହାପାତ୍ର, ଡ଼. ଲକ୍ଷ୍ମୀ ନାରାୟଣ ଦାଶ, ଲଳିତ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ବିକ୍ଷୀପ୍ତା ସାହିତ୍ୟ ପ୍ରତିଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଏବଂ ସାଧାରଣ ସମ୍ପାଦକ ଡ଼. ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆନ୍ତଃ ରାଜ୍ୟ ସାହିତ୍ୟ ସମ୍ମିଳନୀ ଆୟୋଜନ କରାବା ପାଇଁ ବିକ୍ଷୀପ୍ତା ସାହିତ୍ୟ ପ୍ରତିଷ୍ଠିତର ନିଷ୍ପତ୍ତି ଘୋଷଣା କରାଯାଇଥିଲା । ଏହି ଅବସରରେ ବି. ନୂତନ ଉପସଭାପତି ରୂପେ ମନୋନୀତ କରାଯାଇଥିଲା ।