March 24, 2026 12:58 am

ନମନ ପୁରସ୍କାର ୨୦୨୬ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ନମନ ପୁରସ୍କାର ୨୦୨୬ ଘୋଷଣା କରିଛି ବିସିସିଆଇ । ଚଳିତ ଥର ଶୁଭମନ ଗିଲ୍ ଓ ସ୍ମୃତି ମନ୍ଧାନଙ୍କୁ ବ୍ୟକ୍ତିଗତ ସ୍ତରରେ ପୁରସ୍କୃତ କରାଯାଇଛି। କ୍ରିକେଟରେ ତାଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁ ଏହି ଦୁଇ ଖେଳାଳି ପୁରସ୍କୃତ ହୋଇଛନ୍ତି। ରବିବାର, ମାର୍ଚ୍ଚ ୧୫ ତାରିଖରେ ନୂଆ ଦିଲ୍ଲୀରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିଲା। ଚଳିତ ଥର ପୁରୁଷ କ୍ରିକେଟରେ ଗିଲଙ୍କୁ ସର୍ବଶ୍ରେଷ୍ଠ ଆନ୍ତର୍ଜାତୀୟ କ୍ରିକେଟର ଭାବେ ବଛା ଯାଇଥିଲା। ଏଥିପାଇଁ ତାଙ୍କୁ ପ୍ରତିଷ୍ଠିତ ପଲି ଉମରିଗର ପୁରସ୍କାରରେ ସମ୍ମାନିତ କରାଯାଇଛି। ସେହିପରି ମହିଳା କ୍ରିକେଟ୍ରେ ସ୍ମୃତି ମନ୍ଧାନାଙ୍କୁ ବିସିସିଆଇର ସର୍ବଶ୍ରେଷ୍ଠ ଆନ୍ତର୍ଜାତୀୟ କ୍ରିକେଟର ଭାବରେ ସମ୍ମାନିତ କରାଯାଇଛି।