February 26, 2026 12:21 am

ଓଡ଼ିଆ ଲେଖକ ରାଜକିଶୋର ପାଢ଼ୀ ବାଲ୍ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ମନୋନୀତ

ଭୁବନେଶ୍ୱର: ଓଡ଼ିଆ ଲେଖକ ରାଜକିଶୋର ପାଢ଼ୀ ବାଲ୍ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ମନୋନୀତ ହୋଇଛନ୍ତି । ଶିଶୁ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ । ରାଜକିଶୋର ପାଢ଼ୀ ତାଙ୍କର କବିତା ପୁସ୍ତକ ‘କେତେ ଫୁଲ ଫୁଟିଛି’ ପାଇଁ ଓଡ଼ିଆ ଭାଷା ବର୍ଗରେ ଏହି ପୁରସ୍କାର ପାଇବେ। ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ଘୋଷଣା କରଯାଇଛି। ସାରା ଦେଶରୁ ମୋଟ୍ ୨୪ ଜଣ ଲେଖକଙ୍କୁ ମନୋନୀତ କରାଯାଇଛି।ଏହି ୨୪ ଜଣ ପୁରସ୍କାର ବିଜେତାଙ୍କୁ ମାନପତ୍ର ସହିତ ୫୦,୦୦୦ ଟଙ୍କାର ଚେକ୍ ଏବଂ ଏକ କାଂସ୍ୟ ଫଳକ ପ୍ରଦାନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କୁ ସଂମ୍ମାନିତ କରିବେ। ଏହି ବାର୍ଷିକ ପୁରସ୍କାର ବିତରଣ ସମାରୋହ ଆସନ୍ତା ନଭେମ୍ବର ୧୪ ତାରିଖରେ ନୂଆଦିଲ୍ଲୀର ତ୍ରିବେଣୀ ଅଡିଟୋରିୟମ୍, ତାନ୍‌ସେନ୍ ମାର୍ଗଠାରେ ଅନୁଷ୍ଠିତ ହେବ।