ଭୁବନେଶ୍ୱର: ଏବେବି ବିଧାନସଭା ଗୃହରେ କୁହୁଳୁଛି କଟକ ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣା । ଆଜି ପୁଣି ଥରେ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଯୋଗୁଁ ପ୍ରଶ୍ନକାଳ ଧୋଇ ଯାଇଛି । ଗୃହ ଆରମ୍ଭରୁ ପୂର୍ବତନ ଦିବଙ୍ଗତ ବିଧାୟକ ଡ଼ଃ ନାରାୟଣ ସାହୁଙ୍କ ଉଦ୍ଦେଶ୍ୟରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୋକ ପ୍ରସ୍ତାବ ଆଗତ କରିଥିଲେ । ମୁଖ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏବଂ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହା ପରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲେ । ଶୋକ ପ୍ରସ୍ତାବ ପରେ ତୁରନ୍ତ ବିଜେଡ଼ି ସଦସ୍ୟମାନେ ଗୃହରେ ହୋହାଲ୍ଲା ଆରମ୍ଭ କରିଦେଇଥିଲେ । ଏସସିବି ହସ୍ପିଟାଲ ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି ଗୃହରେ ରାମ ନାମ ସତ୍ୟ ହେ ନାରା ଦେଇଥିଲେ । ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।
Post Views: 22









