April 12, 2026 12:30 pm

ବିଏମସି ୨୩ ନମ୍ବର ୱାର୍ଡ ରେ ବୁଲିଲା ଅର୍ପଣ ରଥ

ଶାନ୍ତନୁ କୁମାର ରଣା

ବ୍ରହ୍ମପୁର:  ରାଜ୍ୟ ସରକାରଙ୍କ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆସନ୍ତା ୧୭ ତାରିଖରେ ଲୋକାର୍ପିତ କରିବାକୁ ଯାଉଛନ୍ତି ।ଏହି ଅବସର ସମଗ୍ର ରାଜ୍ୟ ରେ ଅର୍ପଣ ରଥ ବୁଲି ବୁଲି ଗୁଆ ଚାଉଳ ସଂଗ୍ରହ କରୁଛି।  ଏହି ଅବସର ରେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ  ବିଏମସି ୨୩ ନମ୍ବର ୱାର୍ଡ ରେ ଅର୍ପଣ ରଥ ବୁଲି ଗୁଆ ଚାଉଳ ସଂଗ୍ରହ କରିଥିଲା।କର୍ପୋରେଟର ଆରତୀ ତନ୍ତୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମେୟର ସଂଘମିତ୍ରା ଦଳେଇ ଗୁଆ ଚାଉଳ ମଗୁଥିବାର ଦେଖିବାକୁ ମିଳିଥିଲା।

ମହିଳାମାନେ ଝୋଟି ଓ କୁମ୍ଭ ବାଢ଼ିବା ସହ ଘଣ୍ଟ, ମୃଦଙ୍ଗ ଦ୍ୱାରା ରଥ ପରିକ୍ରମାରେ ଯୋଗ ଦେଇଥିଲେ । ଏଥିରେ ବହୁ ଅଞ୍ଚଳ ବାସୀ ସହଯୋଗ କରିଥିଲେ।ସମାଜସେବୀ ତଥା କର୍ପୋରେଟର ଙ୍କ ପ୍ରତିନିଧି ମିଟୁ ତନ୍ତୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।