June 26, 2025 6:39 pm

ଗଉଞ୍ଜୁ ରେ ଅର୍ପଣ ରଥ, ସଂଗ୍ରହ ହେଲା ଗୁଆ ଚାଉଳ

ଶାନ୍ତନୁ କୁମାର ରଣା

ବ୍ରହ୍ମପୁର:  ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଅର୍ପଣ ରଥ ଘର କୁ ଘର ବୁଲି ଗୁଆ ଚାଉଳ ସଂଗ୍ରହ କରୁଥିବା ବେଳେ ସ୍ଥାନୀୟ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଉଞ୍ଜୁ ଗ୍ରାମ ରେ ରଥ କୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁମିଳିଛି ।  ଜଗନ୍ନାଥ ଚିନ୍ତା ଓ ଚେତନା ସମଗ୍ର ବିଶ୍ୱକୁ ଅଭିଭୂତ କରିଥିବା ବେଳେ ସରକାର ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆସନ୍ତା ୧୭ ତାରିଖରେ ଲୋକାର୍ପିତ କରିବାକୁ ଯାଉଛନ୍ତି ।   

  ଏହି ଅବସର ରେ ମଙ୍ଗଳବାର ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଗଉଞ୍ଜୁ ଗ୍ରାମରେ ଅବସ୍ଥିତ ଅଷ୍ଟଶମ୍ଭୁ ଶ୍ରୀ ଶ୍ରୀ ଶ୍ରୀ ଶାମେଶ୍ୱର ମହାଦେବଙ୍କ ପୀଠରେ ଅର୍ପଣ ରଥକୁ ସ୍ୱାଗତ କରାଯାଇଥିଲା । ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ଦୀପକ ସାମନ୍ତ, ସରପଞ୍ଚ ନିରଞ୍ଜନ ବେହେରା, ସମିତି ସଭ୍ୟ ଶିଶିର ଦାସ, ଏଇ ପଞ୍ଚାନନ ପ୍ରଧାନ, ପିଇଓ ଅଜିତ୍ କୁମାର ରଥ, ଜେଇ ପୁଷ୍ପିତା ବାରିକ ସ୍ୱାଗତ କରିଥିବା ବେଳେ ଗ୍ରାମର ମହିଳାମାନେ ଝୋଟି ଓ କୁମ୍ଭ ବାଢ଼ିବା ସହ ଘଣ୍ଟ, ମୃଦଙ୍ଗ ଦ୍ୱାରା ରଥ ପରିକ୍ରମାରେ ଯୋଗ ଦେଇଥିଲେ । ଏଥିରେ ବହୁ ଗ୍ରାମ ବାସୀ ସହଯୋଗ କରିଥିଲେ।