December 6, 2025 11:35 am

ବିବାହ କରିବେ ଅଭିନେତା କୃଷ୍ଣ ଅଭିଷେକଙ୍କ ଭଉଣୀ ଅଭିନେତ୍ରୀ ଆରତୀ ସିଂ !

ନୂଆଦିଲ୍ଲୀ:  ଛୋଟ ପରଦାର ଲୋକପ୍ରିୟ  ଅଭିନେତ୍ରୀ ଆରତୀ ସିଂ ଶେଷରେ ବିବାହ କରିବାକୁ ଯାଉଛନ୍ତି। ଇଂରାଜୀ ଦୈନିକ ଖବର କାଗଜ ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ହାସ୍ୟ ଅଭିନେତା କୃଷ୍ଣ ଅଭିଷେକଙ୍କ ଭଉଣୀ ତଥା ଅଭିନେତ୍ରୀ ଆରତୀ ସିଂ ତାଙ୍କ ପ୍ରେମିକ ଦୀପକ ଚୌହ୍ବାନଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବେ।

ରିପୋର୍ଟରୁ ପ୍ରକାଶ ଯେ ଆରତୀ ଆସନ୍ତା ମାସରେ ବିବାହ କରିବାକୁ ଚାହୁଁଛନ୍ତି। ସେ ଏପ୍ରିଲ କିମ୍ବା ମେ ମାସରେ ବିବାହ କରିବାକୁ ସ୍ଥିର କରିଛନ୍ତି। ନିଜ ପସନ୍ଦର ସ୍ଥାନ ପାଇଲେ ସେ ଯେକୌଣସି ମାସରେ ବିବାହ କରିପାରନ୍ତି ବୋଲି ସୂଚନା ରହିଛି।

ସୂଚନାନୁସାରେ, “ସେ ମୁମ୍ବାଇରେ ବିବାହ ପାଇଁ ଏକ ସ୍ଥାନ ଖୋଜୁଛନ୍ତି ଏବଂ ଡେଷ୍ଟିନେସନ୍‌ ୱେଡିଂ କରିବାକୁ ଚାହୁଁନାହାଁନ୍ତି। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ସେ ଭାରତୀୟ ଶୈଳୀର ବିବାହ ଚାହୁଁଛନ୍ତି। ତାଙ୍କର ଅନେକ ଇଣ୍ଡଷ୍ଟ୍ରି ବନ୍ଧୁ ଏବଂ ପରିବାରକୁ ଏହି ଉତ୍ସବରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛନ୍ତି। ଏହି ବିବାହରେ ସମସ୍ତ ରୀତିନୀତି ଅନୁଷ୍ଠିତ ହେବ।

ବିବାହ ପୂର୍ବରୁ ଏକ ବ୍ୟାଛ୍‌ଲର୍‌ ପାର୍ଟି ମଧ୍ୟ ଅନ୍ତର୍ଭୁକ୍ତ ହେବ। ହଳଦୀ, ମେହେନ୍ଦି ଏବଂ ଫେରେ ପୂରା ପାରମ୍ପରିକ ଶୈଳୀରେ ହେବ। ସମସ୍ତ ବିବାହ ରୀତିନୀତି ଗୋଟିଏ ସ୍ଥାନରେ ହେବ। ବିବାହ ଅତିଥି ତାଲିକାରେ ତାଙ୍କ ମାମୁ ତଥା ଅଭିନେତା ଗୋବିନ୍ଦାଙ୍କଠାରୁ ଆରମ୍ଭ କରି ସଲମାନ ଖାନ, ସିଦ୍ଧାର୍ଥ ଶୁକ୍ଲାଙ୍କ ପରିବାର, ଶେହନାଜ ଗିଲ ଏବଂ ଇଣ୍ଡଷ୍ଟ୍ରିର ଅନେକ ବନ୍ଧୁ ସାମିଲ ହେବେ।
ସୂତ୍ରରୁ ପ୍ରକାଶ ଯେ ଆରତୀ ତାଙ୍କ ପ୍ରେମିକଙ୍କୁ ଏକ ବର୍ଷରୁ ଅଧିକ ସମୟ ଧରି ଡେଟ କରୁଛନ୍ତି। ଉଭୟ ପରସ୍ପରକୁ ବହୁତ ଭଲପାଆନ୍ତି ଏବଂ ସାରା ଜୀବନ ଏକାଠି ରହିବାକୁ ଚିନ୍ତା କରନ୍ତି।