December 6, 2025 8:31 am

ସହଜ ହେଲା ପୁରୁଣା ଆପାର୍ଟମେଣ୍ଟ କିଣାବିକା

ଭୁବନେଶ୍ୱର: ଓଡ଼ିଶା ସରକାର ପୁରୁଣା ଆପାର୍ଟମେଣ୍ଟଗୁଡ଼ିକର ପୁନଃ-ବିକ୍ରି ପ୍ରକ୍ରିୟାକୁ ସରଳ କରିଛନ୍ତି। ଏଥିପାଇଁ ରିଅଲ ଇଷ୍ଟେଟ୍ (ନିୟନ୍ତ୍ରଣ ଏବଂ ବିକାଶ) ଅଧିନିୟମ, ୨୦୧୬ ଏବଂ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧିନିୟମ-୨୦୨୩ ରେ ଆବଶ୍ୟକୀୟ ସଂଶୋଧନ କରାଯାଇ ନିୟମ କୋହଳ କରାଯାଇଛି।ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗୁରୁବାର ଏହି ସୂଚନା ଦେଇ କହିଛନ୍ତି ଯେ ବିସ୍ତୃତ ଆଲୋଚନା ପରେ ସରକାର ଏହି ନିୟମକୁ କୋହଳ କରିଛନ୍ତି lଅକ୍ଟୋବର ୫, ୨୦୧୬ ପୂର୍ବରୁ ବିକ୍ରି ହୋଇଥିବା ଆପାର୍ଟମେଣ୍ଟଗୁଡ଼ିକର ପୁନଃ-ବିକ୍ରି ପାଇଁ ଏବେ ଆଉ ଅକୁପାନ୍ସି ସାର୍ଟିଫିକେଟ୍‌ ଏବଂ RERA ପଞ୍ଜୀକରଣ ସାର୍ଟିଫିକେଟ୍‌ ଦରକାର ପଡ଼ିବ ନାହିଁ। ପୁରୁଣା ଆପାର୍ଟମେଣ୍ଟ ମାଲିକମାନେ ଏବେ କେବଳ ସମ୍ପତ୍ତିର ପୁନଃ-ବିକ୍ରି ସମୟରେ ପୁରୁଣା ଟ୍ରାନ୍ସଫର ଦଲିଲ କିମ୍ବା ପଞ୍ଜୀକୃତ ବିକ୍ରି ଦଲିଲ ଦାଖଲ କରିବେ। ପୂର୍ବରୁ ଅନେକ ଆପାର୍ଟମେଣ୍ଟ ମାଲିକ, ବିଶେଷ କରି ଭୁବନେଶ୍ୱର ଓ କଟକ ଭଳି ଯୁଗ୍ମ ସହରାଞ୍ଚଳ ରେ ଉପରୋକ୍ତ କାଗଜପତ୍ର ଅଭାବରୁ ସେମାନଙ୍କ ସମ୍ପତ୍ତିର ପୁନଃ-ବିକ୍ରି ବା ହସ୍ତାନ୍ତର ପାଇଁ ପଞ୍ଜୀକରଣ କରିବାରେ ଅସୁବିଧା ଭୋଗୁଥିଲେ l