February 26, 2026 4:49 am

ଅନୁଗୁଳ ସହରରେ ଗୁଳିକାଣ୍ଡ , ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ସହରର ଶିକ୍ଷକପଡା ନିକଟ ଇକୋ ପାର୍କ ସାମ୍ନାରେ ଗୁଳିମାଡ ହୋଇଛି। ଏହି ଗୁଳିକାଣ୍ଡ ବିଳମ୍ବିତ ରାତିରେ ଘଟିଛି। ଗୁଳିମାଡରେ ଜଣେ ଗୁରୁତର ହୋଇଛନ୍ତି। ଫାୟାରିଂରେ ଆହତ ବ୍ୟକ୍ତିଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଅନୁଗୁଳ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। 

ମିଳିଥିବା ସୂଚନା ଅନୁଯାୟୀ, ଭବାନୀ ଶଙ୍କର ପ୍ରଧାନ ନାମକ ବ୍ୟକ୍ତିଙ୍କ ସହ ତାଙ୍କର ଜଣେ ବନ୍ଧୁ ବିଶ୍ଵଜିତ ମିତ୍ର ଶିକ୍ଷକପଡା ସ୍ଥିତ ଇକୋ ପାର୍କ ସମ୍ମୁଖରେ ଛିଡା ହୋଇଥିବାବେଳେ ଗୁଳିମାଡ଼ ହୋଇଥିଲା। ଏକ ମୋଟରସାଇକେଲରେ ହଠାତ ତିନି ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିବା ସହ ଜଣେ ଏକ ବନ୍ଧୁକରୁ ଭବାନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ଭବାନୀଙ୍କ ପେଟରେ ବାଜିଥିଲା। ଏହି ସମୟରେ ଅନ୍ୟ ଜଣେ ଦୁର୍ବୃତ୍ତ ଏକ ଲୁହା ରଡରେ ବିଶ୍ୱଜିତଙ୍କୁ ମଧ୍ୟ ଆକ୍ରମଣ କରିବା ପରେ ଫେରାର ହୋଇଯାଇଥିଲେ।  ସ୍ଥାନୀୟ ଲୋକେ ବିଶ୍ଵଜିତ ଓ ଭବାନୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।