ନୂଆଦିଲ୍ଲୀ: ଆମେରିକାର ବିଶାଳ ନୌସେନା ବାହାରିଛି ମଧ୍ୟପ୍ରାଚ୍ୟ ଅଭିମୁଖେ । ବିମାନବାହୀ ଜାହାଜ USS ଆବ୍ରାହମ ଲିଙ୍କନ ସହ ଏକାଧିକ କ୍ଷେପଣାସ୍ତ୍ରବାହୀ ଯୁଦ୍ଧ ଜାହାଜ ଭାରତ ମହାସାଗର ଦେଇ ଆଗକୁ ବଢ଼ୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଏୟାରଫୋର୍ସ-ୱାନରୁ ସ୍ପଷ୍ଟ କରିଛନ୍ତି ଯେ, “କେବଳ ସତର୍କତା ମୂଳକ ଭାବେ ନୁହେଁ, ବରଂ ଇରାନକୁ ଶିକ୍ଷା ଦେବା ପାଇଁ ଯେକୌଣସି ପଦକ୍ଷେପ ନିଆଯାଇପାରେ।” ଏପରିକି ବ୍ରିଟେନ ମଧ୍ୟ ନିଜର ଟାଇଫୁନ୍ ଯୁଦ୍ଧ ବିମାନକୁ କତାର ପଠାଇ ଆମେରିକା ପଛରେ ଛିଡ଼ା ହୋଇଛି।ଏହି ଯୁଦ୍ଧ ଆଶଙ୍କା ମଧ୍ୟରେ ତେହେରାନରୁ ଏକ ବଡ଼ ଖବର ଆସୁଛି । ଆମେରିକାର ଆକ୍ରମଣ ଭୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଅତି ଗୋପନୀୟ ଭାବେ ବଙ୍କରକୁ ଚାଲିଯାଇଛନ୍ତି। ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ଖାମେନେଇଙ୍କ ତୃତୀୟ ପୁଅ ମାସୁଦ ଖାମେନେଇଙ୍କୁ ଶାସନ ଦାୟିତ୍ୱ ଦିଆଯାଇଛି। ସେ ଏବେ ସରକାର ଏବଂ ତାଙ୍କ ପିତାଙ୍କ ମଧ୍ୟରେ ମୁଖ୍ୟ ସଂଯୋଜକ ସାଜିଛନ୍ତି। ଆମେରିକାକୁ ଜବାବ ଦେବା ପାଇଁ ଇରାନ ମଧ୍ୟ ପ୍ରସ୍ତୁତ । ରିଭୋଲ୍ୟୁସନାରୀ ଗାର୍ଡ କମାଣ୍ଡର ଜେନେରାଲ ପାକପୁର କହିଛନ୍ତି, ସେନାର ଆଙ୍ଗୁଠି ଏବେ ଟ୍ରିଗର ଉପରେ ଅଛି। ସାମାନ୍ୟ ଆକ୍ରମଣ ହେଲେ ଏହାକୁ ଏକ ‘ସର୍ବବ୍ୟାପୀ ଯୁଦ୍ଧ’ ବୋଲି ଧରାଯିବ ଏବଂ ଇରାନ ସବୁଠାରୁ କଠୋର ପ୍ରତିଶୋଧ ନେବ।


ଅଦିନିଆ ରଥଯାତ୍ରା ରୋକିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
NabaBharat
April 12, 2026
Read More »






ପଶ୍ଚିମବଙ୍ଗ ନିର୍ବାଚନ 2026 ପାଇଁ ବିଜେପି ପ୍ରକାଶ କଲା ‘ସଂକଳ୍ପ ପତ୍ର’ ଶୀର୍ଷକ ଇସ୍ତାହାର
NabaBharat
April 11, 2026
Read More »



ଅଦିନିଆ ରଥଯାତ୍ରା ରୋକିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
NabaBharat
April 12, 2026
Read More »






ପଶ୍ଚିମବଙ୍ଗ ନିର୍ବାଚନ 2026 ପାଇଁ ବିଜେପି ପ୍ରକାଶ କଲା ‘ସଂକଳ୍ପ ପତ୍ର’ ଶୀର୍ଷକ ଇସ୍ତାହାର
NabaBharat
April 11, 2026
Read More »
