December 6, 2025 1:13 pm

ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ଆମ ବସ୍ କର୍ମଚାରୀ

ଭୁବନେଶ୍ୱର: ଦରମା ନ ମିଳିବରୁ ଗାଡ଼ି ଗଡ଼ିଲାନି । ସଠିକ ସମୟରେ ଦରମା ନ ମିଳିବା ପ୍ରତିବାଦରେ ଆମ ବସ୍ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି । ୪୨ ଦିନ ହେବ ଦରମା ମିଳି ନଥିବାରୁ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରାୟ ୧୫ଟି ମାର୍ଗରେ ଗଡ଼ୁଥିବା ୪୩ଟି ବସ ଭୁବନେଶ୍ୱର ଉପକଣ୍ଠ ପୋଖରୀପୁଟ ଡିପୋରେ ବନ୍ଦ ପଡ଼ିଛି ।
ଡ୍ରାଇଭରମାନେ ଅଭିଯୋଗ ଆଣିଛନ୍ତି ଯେ, ପ୍ରତିମାସ ୧୦ ତାରିଖ ସୁଦ୍ଧା ଦରମା ମିଳିଥାଏ। କିନ୍ତୁ ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଆହୁରି ବିଳମ୍ବ ହୋଇଛି । ତିନିଦିନ ହେବ ଦରମା ଦେବେ ଦେବେ କହି ଦେଉ ନାହାଁନ୍ତି । ସେହିପରି ଆମ ବସ୍‌ କର୍ମଚାରୀଙ୍କ ପାଇଁ ବିଶ୍ରାମ ଗୃହ ନାହିଁ, ଓଭର ଟାଇମ୍ ଡ୍ୟୁଟି ମଧ୍ୟ କରିବାକୁ ପଡ଼ୁଛି, ସାପ୍ତାହିକ ଛୁଟି ମିଳୁନାହିଁ ଏବଂ ଏଏସଆଇ ସୁବିଧା ମଧ୍ୟ ଦିଆଯାଉ ନାହିଁ । କ୍ରୁଟ୍ ଦେଉଥିବା ଦରମା ମଧ୍ୟ ପାଉନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ଦାୟିତ୍ୱ କିଏ ନେବ ବୋଲି ଡ୍ରାଇଭରମାନେ ପ୍ରଶ୍ନ କରିଛନ୍ତି ।