July 1, 2025 6:05 pm

ଓଏଏସ ଅଧିକାରୀ ଙ୍କୁ ମାଡ଼ ନିନ୍ଦା କଲେ ନବୀନ:ଛୁଟି ରେ ରହିବେ ଓଏଏସ ଅଧିକାରୀ

ଭୁବନେଶ୍ୱର: ବିଏମସି କାର୍ଯ୍ୟାଳୟରେ ଆକ୍ରମଣ ଘଟଣାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଥିବା ବେଳେ ଦୃଢ଼ ନିନ୍ଦା କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ନବୀନ । ଅଭିଯୁକ୍ତଙ୍କ ପଛରେ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆକ୍ରମଣ ପଛରେ ଥିବା ରାଜନେତାଙ୍କ ଉପରେ ମଧ୍ୟ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଦାବି କରିଛନ୍ତି । ଯେଉଁଠି ବରିଷ୍ଠଅଧିକାରୀକାର୍ଯ୍ୟାଳୟରେ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ନାଗରିକ ସରକାରଙ୍କଠୁ କଣ ଆଶା କରିବେ ବୋଲି ପ୍ରଶ୍ନ କରିବା ସହ, ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶା ରହିଥିବା ନବୀନ କହିଛନ୍ତି ।

ସେହିପରି ଘଟଣାକୁ ଓଏଏସ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ ସମସ୍ତ ଓଏଏସ ଅଧିକାରୀ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଘଟଣାରେ ସମ୍ପୃକ୍ତ ସମସ୍ତ ଅଧିକାରୀ ଗିରଫ ନ ହେବା ଯାଏ ସଂଘ ପ୍ରତିବାଦ ଜାରି ରଖିବ ବୋଲି ନିଷ୍ପତ୍ତି ନେଇଛି। ଏହି ଘଟଣାପାଇଁ ୩ଜଣଙ୍କୁ ଗିରଫ କରାଯାଇଛି । ଜୀବନ ରାଉତ, ରଶ୍ମି ମହାପାତ୍ର, ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଛି । ଅତିରିକ୍ତ କମିଶନରଙ୍କ ଏତଲା ଆଧାରରେ ଗିରଫ କରାଯାଇଛି ।