February 27, 2026 10:27 am

ଆଫଗାନିସ୍ତାନ ବିରୋଧରେ ‘ଯୁଦ୍ଧ ଘୋଷଣା’ କଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

ଇସିଲାମାବାଦ: ଗୁରୁବାର ପାକିସ୍ତାନ ସୀମାରେ ଜୋରଦାର ଆକ୍ରମଣ କରିଛି ଆଫଗାନିସ୍ତାନ । ଏକାଧିକ ପାକ୍ ପୋଷ୍ଚ୍ କୁ ଧ୍ୱଂସ କରିଦେଇଛି । ଯେଉଁଥିଲେ ପାକ୍ ଆର୍ମୀର ଅନେକ ଯବାନ ପ୍ରାଣ ହରାଇଥିବା ସୂଚନା ମିଳିଛି । ପାକିସ୍ତାନ ମଧ୍ୟ ଏହାର ପାଲଟା ଜବାବ ଦେଇଛି । ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ ଦକ୍ଷିଣ କାନ୍ଦାହାରରେ ପାକ୍ ତରଫରୁ ଆକ୍ରମଣ କରାଯାଇଛି । ଦୁଇ ଦିନ ତଳେ ପାକିସ୍ତାନ ଆଫଗାନ୍ ସୀମାରେ ଏୟାରଷ୍ଟ୍ରାଇକ୍ କରିଥିଲା । ଯେଉଁଥିରେ ୭୦ରୁ ଅଧିକ ଆଫଗାନ୍ ନାଗରିକ ପ୍ରାଣ ହରାଇଥିଲେ । ଗୁରୁବାରଠୁ ପାକିସ୍ତାନ ଉପରେ ଆକ୍ରମଣ ଆରମ୍ଭ କରିଛି ଆଫଗାନିସ୍ତାନ । ପାକିସ୍ତାନ ମଧ୍ୟ ତାଲିବାନ ବିରୋଧରେ ଯୁଦ୍ଧ ଘୋଷଣା କରିଛି । ଯୁଦ୍ଧ ନେଇ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ୱାଜା ଆସିଫ୍ ସୂଚନା ଦେଇଛନ୍ତି ।