February 26, 2026 10:10 pm

ଶାହରୁଖ ଖାନଙ୍କ ବନ୍ଧୁ ଅଭିନେତା ଋତୁରାଜ ସିଂହଙ୍କ ଦେହାନ୍ତ 

ମୁମ୍ବାଇ: ହୃଦଘାତରେ ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂହଙ୍କ ମୃତ୍ୟୁ ହୋଇଛି। ସେ ୧୯୯୩ରେ ଟିଭିରେ ଡେବ୍ୟୁ କରିଥିବା ବେଳେ ‘ହୋଗି ଅପନି ବାତ୍’, ‘ଜ୍ୟୋତି’, ‘ହିଟଲର ଦିଦି’, ‘ଶପଥ’, ‘ଆହଟ୍,  ଅଦାଲତ’, ‘ଦିୟା ଅର ବାତି ହମ୍’ ଭଳି ଅନେକ ଭାରତୀୟ ଟିଭି ସୋ’ରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ଆଜି ଅଭିନେତାଙ୍କର ହଠାତ୍ ଦେହାନ୍ତ ଖବର ଶୁଣି ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି।

ତେବେ ୧୯୯୩ରେ ସେ ଟେଲିଭିଜନରେ କାମ ଆରମ୍ଭ କରିବା ପୂର୍ବରୁ ସେ ଏକ ଆକ୍ଟିଙ୍ଗ ସ୍କୁଲରେ ଅଭିନୟର ପ୍ରଶିକ୍ଷଣ ନେଉଥିଲେ। ଏହି ସ୍କୁଲରେ ତାଙ୍କ ସହ ଅଭିନୟ ଶିଖୁଥିଲେ ବଲିଉଡର କିଙ୍ଗ ଖାନ୍ ଶାହରୁଖ। ଦୁହେଁ ଏକାଠି ପଢ଼ିବା ସମୟରେ ଭଲ ବନ୍ଧୁ ହେବା ସହ ପରସ୍ପରକୁ ଆଗକୁ ବଢ଼ିବା ପାଇଁ ଅନୁପ୍ରାଣିତ କରୁଥିଲେ ବୋଲି କିଛି ଦିନ ତଳେ କହିଥିଲେ ଋତୁରାଜ। ଏକ ସାକ୍ଷାତକାରରେ ସେ ଶାହରୁଖଙ୍କ ସହ ଥିବା ସମ୍ପର୍କ ବିଷୟରେ ଜଣାଇ ସେ କହିଥିଲେ ଯେ, “ଅଭିନୟରେ ଡେବ୍ୟୁ କରିବା ପୂର୍ବରୁ ଆମେ ଦୁହେଁ ଏକାଠି ଅଭିନୟ ଶିଖୁଥିଲୁ। ଆମେ ଦୁହେଁ ପରସ୍ପରର ପୋଷାକ ବି ପିନ୍ଧି ଦେଉ। ପରେ ଆମ ଦୁହିଁଙ୍କ ବାଟ ବଦଳିଲା। ହେଲେ ବନ୍ଧୁତା ସେଭଳି ରହିଛି। ମୋ ଉପରକୁ ଯେତେବେଳେ ବି ବିପଦ ଆସିବ, ଶାହରୁଖ ହିଁ ଆଗ ଦୌଡ଼ି ଆସିବେ।”