ବିଶ୍ଵରଞ୍ଜନ ପଟ୍ଟନାୟକ
ଅନୁଗୁଳ: ଭାରତୀୟ ଚିକିତ୍ସକ ସଂଘ ରାଜ୍ୟ ଶାଖା ର ୭୩ ତମ ସମ୍ମିଳନୀ ଅନଗୁଳ ଠାରେ ଉଦଯାପିତ ହୋଇଯାଇଛି। ଦୁଇ ଦିନିଆ ଏହି ସମ୍ମିଳନୀ କୁ ପ୍ରଦୀପ ଜଳି ଉଦ୍ଘାଟନ କରିଥିଲେ ଭାରତୀୟ ଚିକିତ୍ସକ ସଂଘ ର ଜାତୀୟ ସଭାପତି ଡ଼ା ଆର୍ ଭି ଅଶୋକନ୍.ଶ୍ରୀ ଅଶୋକ ନ ନିଜ ବକ୍ତବ୍ୟରେ ଭାରତ ରେ ଡାକ୍ତର ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା,ଚିକିତ୍ସା ବିଜ୍ଞାନ ରେ ହେଉଥିବା ବିଭିନ୍ନ ନୂଆ ପଦ୍ଧତି ର ପ୍ରୟୋଗ ଓ ଏଥିରୁ ମିଳୁଥିବା ସୁଫଳ ଉପରେ ଆଲୋକପାତ କରିଥିଲେ।
ଏହି ସମ୍ମିଳନୀ ରେ ସମ୍ମାନିତ ଅତିଥି ରୂପେ ଜାତୀୟ ଉପସଭାପତି ଡ଼ା ସୁରେଶ ଗୁଟ୍ଟ।,ଅନୁଗୁଳ ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି,ଆଇ ଏମ୍ ଏ ରାଜ୍ୟ ସଭାପତି ଡ଼ା ପ୍ରଭାତ କୁମାର ପଣ୍ଡା,ରାଜ୍ୟ ସମ୍ପାଦକ ଡ଼ା ବିକେ ଦାସ,ଙ୍କ ସମେତ ଡ଼ା ମୃତ୍ୟୁଞ୍ଜୟ ମହାପାତ୍ର,ଡ଼ା ବିଛନ୍ଦ ଚରଣ ପ୍ରଧାନ,ଡ଼ା ତରୁଣ କୁମାର ସାହୁ ଏବଂ ଡ଼ା ବିଶ୍ୱଜିତ୍ ସାମଲ , ଡ଼ା ଶ୍ୟାମ ସୁନ୍ଦର ଖଣ୍ଡେଲୱାଲ୍ ଓ ଡ଼ା ରଜତ କୁମାର ରାୟ ଯୋଗ ଦେଇଥିଲେ।
ସମ୍ମିଳନୀ ରେ ବିକିରଣ ଚିକିତ୍ସା ଦ୍ବାରାକର୍କଟ ନିରାକରଣ,ଆଣ୍ଠୁ ଅସ୍ତ୍ରୋପଚାର,ମେରୁଦଣ୍ଡ ଓ ମସ୍ତିଷ୍କ ରେ ଅସ୍ତ୍ରପଚାର,ଉପଶମ ଓ ଆରୋଗ୍ୟ,ଚିକିତ୍ସା ବିଜ୍ଞାନ ରେ ଅର୍ଟିଫିଶିଆଲ ଇଣ୍ଟେଲିଜେନ୍ସ୍ ଆଦି ଉପରେ ଆଲୋଚନା ହୋଇଥିଲା।ରାଜ୍ୟ ରୁ ଦୁଇ ଶହରୁ ଅଧିକ ଡାକ୍ତର ଓ ପ୍ରଫେସର ମାନେ ସମ୍ମିଳନୀ ରେ ଯୋଗ ଦେଇଥିଲେ ।ଡ଼ା ସୌମ୍ୟ କାନ୍ତ ବିଶୋଇ ମଞ୍ଚ ପରିଚାଳନା କରିଥିଲେ।ଶେଷରେ ଆଇ ଏମ୍ ଏ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
