June 26, 2025 6:49 pm

ଚତୁର୍ଥ ରାଜ୍ୟସ୍ତରୀୟ ଟାଏକୋଣ୍ଡୁ ପ୍ରତିଯୋଗିତା ଅନୁଷ୍ଠିତ 

taekwondo

ଶାନ୍ତନୁ କୁମାର ରଣା

ବ୍ରହ୍ମପୁର: ସ୍ଥାନୀୟ ହିଲ୍‌ପାଟଣାସ୍ଥିତ ସଂସ୍କୃତି ଭବନଠାରେ ରାଜ୍ୟସ୍ତରୀୟ ଚତୁର୍ଥ ତମ ଟାଏକୋଣ୍ଡୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଟାଏକୋଣ୍ଡୁ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଚେୟାରମ୍ୟାନ୍ କାର୍ତ୍ତିକ ଚନ୍ଦ୍ର ମହାପାତ୍ର, ଟାଏକୋଣ୍ଡୁର ସଭାପତି ଜିତେନ୍ଦ୍ର କୁମାର ମୁନି, ଲିଙ୍ଗରାଜ ସାହୁ, ଟାଏକୋଣ୍ଡୁର ଉପସଭାପତି ଡ଼. ସତ୍ୟବ୍ରତ ସାହୁ, ଟାଏକୋଣ୍ଡୁର ଆସୋସିଏସନ୍ ସମ୍ପାଦକ ସତ୍ୟ ନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନ କରି ଖେଳକୁ ଶୁଭାରମ୍ଭ କରିଥିଲେ । ଏହି ପ୍ରତିିଯୋଗି୍‌ତାରେ ଓଡ଼ିଶାର ୧୨ ଗୋଟି ଜିଲ୍ଲାର ୪୦୦ ରୁ ଊର୍ଦ୍ଧ୍ୱ ବାଳକ ଓ ବାଳିକା ଅଂଶଗ୍ରହଣ କରିଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରୁ ୯୦ ଜଣ ଅଭିଜ୍ଞ ରେଫେରୀ ଏହି ପ୍ରତିଯୋଗିତାକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।