ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡ଼ା ପୋଲିସ ୩ ନକଲି ମାଓବାଦୀଙ୍କୁ ଗିରଫ କରିଛି। ଗିରଫ ମଧ୍ୟରେ ଦୁଇଜଣ ଯୁବକ କୁପାଖାଲ ଗ୍ରାମର ବିନୋଦ ବାଗ ଓ ମାଳିଗୁଡ଼ା ଗ୍ରାମର ନରେଶ ନାଏକ ଓ ଅନ୍ୟଜଣେ ନାବାଳକ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନାଥାଉକି, ବିନୋଦ ଓ ନରେଶଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ଓ ନାବାଳକଙ୍କୁ ବାଳ ସ୍ବଧାର ଗୃହକୁ ପଠାଯାଇଛି।ସୂଚନାମୁତାବକ, ଦୋରାଗୁଡ଼ା ଥାନାର ହାତୀମୁଣ୍ଡା ଟିକିରି ଗ୍ରାମର ବ୍ୟବସାୟୀ ଚନ୍ଦ୍ରଶେଖର ବିଶୋଇଙ୍କୁ ୩ ନକଲି ମାଓବାଦୀ ନିୟମଗିରି ଅଂଚଳର ମାଓବାଦୀ ବୋଲି ପରିଚୟ ଦେଇ ଚିଠି ଓ ଫୋନ୍ କଲ ମାଧ୍ୟମରେ ୫୦ଲକ୍ଷ ଟଙ୍କା ଦାବି କରିଥିଲେ । ଏନେଇ ଚନ୍ଦ୍ରଶେଖର ଥାନାରେ ଲିଖିତ ଅଭିଯୋଗ କରିଥଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ଦୋରାଗୁଡ଼ା ଆଇଆଇସି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲେ ।
Post Views: 4