- ଶାନ୍ତନୁ କୁମାର ରଣା
ଶିକ୍ଷକ ସମାଜ ପରିବର୍ତ୍ତନର ମୁଖ୍ୟ ସୂତ୍ରଧାର: ଜଷ୍ଟିସ୍ ମିଶ୍ର
ବ୍ରହ୍ମପୁର: ବଦଳୁଥିବା ସମାଜରେ ସଦାବେଳେ ଯୁକ୍ତାତ୍ମକ ଚିନ୍ତାଧାରା ମଣିଷକୁ ଆଗକୁ ନେଇଥାଏ। ଆଉ ଏ ସବୁର ମୁଖ୍ୟ ସୂତ୍ରଧାର ହେଉଛନ୍ତି ଶିକ୍ଷକ । ବ୍ରହ୍ମପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲାଞ୍ଜିପଲ୍ଲୀସ୍ଥିତ ଅକ୍ସଫୋର୍ଡ଼ ପବ୍ଲିକ୍ ସ୍କୁଲର ୧୬ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ସେ ଶିକ୍ଷକଙ୍କୁ ଈଶ୍ୱରଙ୍କ ସହିତ ତୁଳନା କରିବା ସହ ସମ୍ପ୍ରତି ଶିକ୍ଷକତା କରିବା ଏକ ବିରାଟ ଆହ୍ୱାନ ବୋଲି କହିଥିଲେ ।
ମୋବାଇଲ୍ ଫୋନ୍ ଛାତ୍ର ଜୀବନକୁ ବ୍ୟତିବ୍ୟସ୍ତ କରୁଥିବା ବେଳେ ଏ ସବୁରୁ ନିବୃତ୍ତ ରହିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ସଭାପତି ଡ଼. ପ୍ରମୋଦ ଅଗ୍ରୱାଲ୍ଙ୍କର ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଇଂ. ଅଶୋକ କୁମାର ପାଳ ବାର୍ଷିକ ବିବରଣୀ ପାଠ କରିବା ସହ ନିଜ ବକ୍ତବ୍ୟରେ କହିଲେ ଯେ, ଛାତ୍ରର ଆଦର୍ଶ ଜୀବନ କିପରି ହେବ ତାହା ଅଭିଭାବକଙ୍କ ଉପରେ ନିର୍ଭର କରୁଛି । ଉତ୍ସବରେ ପିଲାଟି ପୁରସ୍କୃତ ହେବା ଜାଣି ଯେଉଁ ବାପା ମାଆ ମାନେ ଆସି ଘଂଟା ଘଂଟା ଅପେକ୍ଷା କରୁଛନ୍ତି ସେହି ବାପା ମାଆ ମାନେ ଯଦି ପ୍ରତ୍ୟେକ ଦିନ କିଛି ସମୟ ନିଜ ପିଲାମାନଙ୍କୁ ଦିଅନ୍ତେ ତେବେ ଛାତ୍ରଛାତ୍ରୀମାନଙ୍କ ଅଦ୍ଭୁତପୂର୍ବ ସଫଳତା ପାଇ ପାରନ୍ତେ । ସମ୍ମାନୀତ ଅତିଥି ଡ଼. ସଙ୍ଗୀତା ବାବୁ ସ୍ମାର୍ଟ ୱାର୍କ ଓ ହାଡ୍ ୱାର୍କ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଅନ୍ୟତମ ସମ୍ମାନୀତ ଅତିଥି ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା କେଦାର ନାଥ ତ୍ରିପାଠୀ ନିଜ ବକ୍ତବ୍ୟରେ ବିଦ୍ୟାଳୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଇତିବ୍ୟସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରମାକାନ୍ତ ରଥ ପରିଚାଳନା କରିଥିବା ବେଳେ ରବି ପ୍ରସାଦ ସାହୁକାର, ରଶ୍ମି ରଞ୍ଜନ ସାହୁ, ପ୍ରଶାନ୍ତ ଚନ୍ଦ୍ର ମାଥନ୍, ସରୋଜ କୁମାର ଆଚାର୍ଯ୍ୟ, କୁମାର ଚିନ୍ମୟ ଓ କୁମାର ପ୍ରଶାନ୍ତଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।