February 26, 2026 11:17 am

୧୧ତମ ସାତକୋଶିଆ ମହୋତ୍ସବ ୨୦୨୩ ଉଦଯାପିତ

୧୧ତମ ସାତକୋଶିଆ ମହୋତ୍ସବ ୨୦୨୩ ଉଦଯାପିତ

  ଅନୁଗୁଳ: ସ୍ଥାନୀୟ ସଭାଘରେ ଚାଲିଥିବା ତ୍ରୀ ଦିବସୀୟ ସାତକୋଶିଆ ମହୋତ୍ସବ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପିତ ସନ୍ଧ୍ୟା ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବିକାଶ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀମୃଦୂଳା ଠାକୁର ପ୍ରଧାନ।ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନ ନିଜ ଅଭିଭାଷଣରେ ନୃତ୍ୟ ସଙ୍ଗୀତ ରେ ରୁଚି ରଖିଥିବା ପ୍ରତ୍ୟେକ ଶିଶୁ ଓ ଯୁବ ପ୍ରତିଭା ମାନନଙ୍କୁ ଉପଯୁକ୍ତ ତାଲିମ ଦିଆଗଲେ ସେମାନେ ଦକ୍ଷ କଳାକାର ହୋଇ ଦେଶର ଟେକ ରଖିବେ ବୋଲି କହିଥିଲେ।

ସମ୍ମାନିତ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁଓ ବିଜେପି ରାଜ୍ୟ କାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲାରେ ନୃତ୍ୟ କଳାର ବିକାଶରେ ନୃତ୍ୟନୀଳୟ ର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ।ଅନ୍ୟତମ ଅତିଥି ରୂପେ ଗୁରୁ ଅନିତା ସିଂହ ଦେଓ ଓ ଅନୁଷ୍ଠାନର ଉପଦେଷ୍ଟା ହେମନ୍ତ ଦାଶ ନୃତ୍ୟନିଳୟ ଅନୁଷ୍ଠାନର କ୍ରମବିକାଶ ବର୍ଣ୍ଣନା କରିଥିଲେ।ସମାରୋହରେ  ଚେନ୍ନଇ ର ବିଶିଷ୍ଟ କୁଚିପୁଡ଼ି ନୃତ୍ୟାଙ୍ଗନା ଏନ୍. ଶୈଳଜା ଙ୍କୁ ସାତକୋଶିଆ ସମ୍ମାନ ଏବଂ ଓଡ଼ିଶୀ ନୃତ୍ୟାଙ୍ଗନା ସସ୍ମିତା ପଣ୍ଡା ଙ୍କୁ ସାତକୋଶିଆ ଯୁବା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା।

ସେମାନକୁ ଅଙ୍ଗବସ୍ତ୍ର,ମାନପତ୍ର ଓ ସ୍ମୃତି ଫଳକ ଦେଇ ସମ୍ବର୍ଧିତ କରାଯାଇଥିଲା।ସମାରୋହରେ ଏନ୍ ଶୈଳଜା ଙ୍କ କୁଚିପୁଡ଼ି ,ସସ୍ମିତା ପଣ୍ଡା ଙ୍କ ଓଡ଼ିଶୀ, ଭୁବନେଶ୍ୱର ଲଳିତକଳାପୀଠ ପକ୍ଷରୁ ଦଳଗତ ଓଡ଼ିଶୀ ଏବଂ ନୃତ୍ୟନିଳୟ ପକ୍ଷରୁ ଓଡ଼ିଶୀ ବାଲେ ଏବଂ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା।ଶୀତୁଆ ସନ୍ଧ୍ୟାରେ ଶତାଧିକ ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ନୃତ୍ୟ ନିଳୟର ସମ୍ପାଦିକାସ୍ବପ୍ନାରାଣୀ ସିହ୍ନା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ଯଜ୍ଞ ରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।