April 12, 2026 4:50 am

ନବୀନ ନିବାସରେ ୧୦ରୁ ଅଧିକ କର୍ପୋରେଟର

ଭୁବନେଶ୍ୱର: ନବୀନ ନିବାସରେ କଟକର ବିଜେଡି କର୍ପୋରେଟରଙ୍କ ମେଳି। ୧୦ରୁ ଅଧିକ କର୍ପୋରେଟରଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି। ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଜେନାଙ୍କ ନେତୃତ୍ବରେ କଟକ ଚୌଦ୍ୱାରରୁ ଆସିଛନ୍ତି ବିଜେଡ଼ି ନେତା କର୍ମୀ । ହାତରେ ଫୁଲତୋଡ଼ା ଧରି ସମର୍ଥକ ମାନେ ଭିଡ଼ ଜମାଇଛନ୍ତି । ଗତ କିଛି ଦିନ ହେବ କଟକ କର୍ପୋରେଟରଙ୍କୁ ନେଇ ବିଜେଡି ଶିବିରରେ ହଲଚଲ ଦେଖିବାକୁ ମିଳିଛି । ଅନ୍ୟପଟେ ପୁଣିଥରେ ଦବଦବା ଦେଖିାଇଲେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ । ୧୨ ଜଣ କର୍ପୋରେଟରଙ୍କୁ ସାଙ୍ଗରେ ଧରି ବାଲିଯାତ୍ରା ତଳ ପଡିଆରେ ଆୟୋଜିତ ପୁସ୍ତକ ମେଳା ଉଦଯାପନୀ ଉତ୍ସବ ବୁଲିଲେ । କିଛି ଦିନ ତଳେ ବିଜେଡିରୁ ବହିଷ୍କୃତ ନେତା ପ୍ରଭାତ ବିଶ୍ୱାଳଙ୍କ ଘରେ ରୂଦ୍ଧ ଦ୍ୱାର ବୈଠକରେ ଏହି କର୍ପୋରେଟର ମାନେ ଉପସ୍ଥିତ ଥିଲେ । ପରେ କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆଙ୍କ ବାସଭବନରେ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ଉପସ୍ଥିତିରେ ଚୌଦ୍ଵାର କଟକର ୯ କର୍ପୋରେଟର ଉପସ୍ଥିତ ରହି ମେଳି କରିଥିଲେ ।