ନୂଆଦିଲ୍ଲୀ:ଯୁଦ୍ଧପାଇଁ ଭାରତରେ ପୁଣି ଥରେ କୋଭିଡ୍ ଭଳି ଲକଡାଉନ୍ ହେବାକୁ ଯାଉଛି ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଛି । ଯାହାକୁ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଦେଶରେ କୌଣସି ଲକଡାଉନ୍ ହେବ ନାହିଁ ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ । ସେ ସ୍ପଷ୍ଟ କରିଛନ୍ତି ଯେ ଲକଡାଉନ ଲାଗୁ କରିବା ଭଳି ପଦକ୍ଷେପ ଉପରେ କୌଣସି ପ୍ରକାର ବିଚାରବିମର୍ଶ କରାଯାଉନାହିଁ । ଏଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ଶାନ୍ତ ରହିବା ସହିତ ଦାୟିତ୍ୱସମ୍ପର୍ଣ୍ଣ ଏବଂ ଏକଜୁଟ ହୋଇ ରହିବାକୁ ପରାମର୍ଶ ଦେଇଛନ୍ତି ।
Post Views: 39









