April 12, 2026 4:53 am

ସାଉଦି ଆରବ ପ୍ରଧାନମନ୍ତ୍ରୀଙ୍କ ସହ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବିଷୟରେ ଆଲୋଚନା କଲେ ମୋଦୀ

ନୂଆଦିଲ୍ଲୀ:ସାଉଦି ଆରବର କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧନମନ୍ତ୍ରୀ ମୋଦୀ । ଇସ୍ରାଏଲ-ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ସାଉଦି ଆରବର ଆଞ୍ଚଳିକ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ମୋଦୀ।ପିଏମ ମୋଦୀ ଏକ୍ସରେ ସୂଚନା ଦେଇଛନ୍ତି ଯେ, ‘ମୁଁ ସାଉଦି ଆରବର କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ରାଜକୁମାର ମହମ୍ମଦ ବିନ୍ ସଲମାନଙ୍କ ସହ କଥା ହୋଇ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବିଷୟରେ ଆଲୋଚନା କରିଛି। ଆଞ୍ଚଳିକ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବିରୋଧରେ ଭାରତର ଆଭିମୁଖ୍ୟ ଦୋହରାଇଛି ।’ ଦୁଇ ଦେଶର ପ୍ରଧାନମନ୍ତ୍ରୀ, ଜଳପଥ ଖୋଲା ରଖିବାକୁ ଏବଂ ସୁରକ୍ଷିତ ଯାତାୟତ ଉପରେ ଆଲୋଚନା କରିଛନ୍ତି । ସେହିଭଳି ଭାରତୀୟ ସଂପ୍ରଦାୟଙ୍କ ପ୍ରତି ସାଉଦି ଆରବର ସମର୍ଥନକୁ ପିଏମ ମୋଦୀ ପ୍ରଶଂସା କରିଛନ୍ତି । ସେ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।ଫେବୃଆରୀ ୨୮ ତାରିଖରେ ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବା ପରଠାରୁ ଏହା ସାଉଦି କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଦ୍ୱିତୀୟ ଟେଲିଫୋନିକ ଆଲେଚନା l