February 26, 2026 12:31 pm

ଭିଜିଲାନ୍ସ ଜାଲରେ ନିମାପଡ଼ା ଏନଏସି ଅମିନ

ନିମାପଡା :କୋଠା ନିର୍ମାଣ ଅନୁମୋଦନ ପାଇଁ ଫାଇଲ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବା ଲାଗି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲା ନିମାପଡ଼ା ଏନଏସିର ଅମିନ ବିଜୟ କୁମାର ଗ୍ରହାଚାର୍ଯ୍ୟ।ଜଣେ ବ୍ୟକ୍ତି ଘର ନିର୍ମାଣ ଲାଗି ଗତ ମାର୍ଚ୍ଚ ମାସରେ ଅନୁମୋଦନ ପାଇଁ ଆବେଦନ କରିଥିଲେ। କିନ୍ତୁ ଅମିନ ବିଜୟ ତାଙ୍କ ଫାଇଲ ଉପରେ କୌଣସି କାମ ଆରମ୍ଭ କରି ନ ଥିଲେ। କେବଳ ଦିନ ଗଡ଼ାଇ ଚାଲିଥିଲେ। ଶେଷରେ ଏଥିପାଇଁ ସେ ୩୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯାହା ପରବର୍ତ୍ତୀ ସମୟରେ ୩୦ ହଜାର ଟଙ୍କାରେ ଚୂଡ଼ାନ୍ତ ହୋଇଥିଲା। ଆବେଦନକାରୀ ୧୩ ହଜାର ଟଙ୍କା ଦେବା ପରେ ଏ ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଶନିବାର ବିଜୟଙ୍କୁ ଧରିଛି ଭିଜିଲାନ୍ସ।