April 13, 2026 12:12 am

ପାକିସ୍ତାନ ଲାଗି ଗୁଇନ୍ଦାଗିରି ସନ୍ଦେହରେ,ଏନଆଇଏ ର ରେଡ

ନୂଆଦିଲ୍ଲୀ: ପାକିସ୍ତାନ ଲାଗି ଗୁଇନ୍ଦାଗିରି ସନ୍ଦେହରେ ୮ ରାଜ୍ୟର ୧୫ଟି ସ୍ଥାନରେ ଏନଆଇଏ ରେଡ। ଦିଲ୍ଲୀ, ମୁମ୍ବାଇ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଆସାମ ଏବଂ ପଶ୍ଚିମବଙ୍ଗର ଏକାଧିକ ସ୍ଥାନରେ ଚାଲିଛି ଚଢାଉ। ରେଡରୁ ଅନେକ ଇଲେକ୍ଟୋନିକ୍ସ ସାମଗ୍ରୀ ସହ ଦସ୍ତାବିଜ ଜବତ ହୋଇଛି। ରେଡରୁ NIA ଇଲେକ୍ଟ୍ରୋନିକ୍ ଡିଭାଇସ୍, ସମ୍ବେଦନଶୀଳ ଅର୍ଥ କାରବାର ଡକ୍ୟୁମେଣ୍ଟ୍ ଏବଂ ଅନ୍ୟାନ୍ୟ ଅପରାଧମୂଳକ ସାମଗ୍ରୀ ଜବତ କରିଛି। ଭାରତ ବିରୋଧୀ ଆତଙ୍କବାଦ ଷଡ଼ଯନ୍ତ୍ରକୁ ନେଇ ଚାଲିଛି ଯାଞ୍ଚ। ଜଣେ CRPF କର୍ମଚାରୀଙ୍କ ଦ୍ୱାରା ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହିତ ଗୋପନୀୟ ସୂଚନା ବାଣ୍ଟିବା ଅଭିଯୋଗକୁ ନେଇ ଖୋଳତାଡ଼ କରୁଛି ଏନଆଇଏ। ସିଆରପିଏଫ ଯବାନ ମୋତିରାମ ଜାଟଙ୍କୁ ପୂର୍ବରୁ ଚାକିରିରୁ ବହିଷ୍କାର କରାଯାଇଥିବାବେଳେ ହେପାଜତକୁ ନେଇ ପଚରାଉଚରା କରୁଛି ଏନଆଇଏ। ପାକିସ୍ତାନୀ ଏଜେଣ୍ଟ ଠାରୁ ମାସିକ ୩ ଲକ୍ଷରୁ ଅଧିକ ଟଙ୍କା ପାଉଥିଲେ ଏହି ଯବାନ। ୨୦୨୩ ମସିହାରୁ ପାକିସ୍ତାନୀ ଗୁଇନ୍ଦା ଅଧିକାରୀମାନଙ୍କୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରୁଥିବା ଅଭିଯୋଗ ହୋଇଛି।