February 26, 2026 6:25 pm

ନୂଆବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :ଇଂରାଜୀ ନବବର୍ଷ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ଷ ୨୦୨୬ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ତଥା ସଶକ୍ତ ଓ ଉଜ୍ୱଳ ଭାରତର ନିର୍ମାଣ ଆମ ସଂକଳ୍ପକୁ ନୂଆ ଉର୍ଜା ପ୍ରଦାନ କରୁ ବୋଲି ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରିଛନ୍ତି ।ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀ ଙ୍କୁ ଶୁଭେଚ୍ଛା ଜଣେଇବା ସହିତ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଜ୍ଞାନ, ବୈରାଗ୍ୟ ଐଶୋର୍ଯ୍ୟ, ସାହସ, ତେଜ, ଶକ୍ତି, ସ୍ମୃତି, ସ୍ୱାଧୀନତା, କୌଶଳ, ସୌନ୍ଦର୍ଯ୍ୟ, ଧୈର୍ଯ୍ୟ ଓ ସହନଶୀଳତା ଏହି ସମସ୍ତ ଗୁଣ ମଣିଷଙ୍କୁ ଜୀବନରେ ସଫଳତା ଦେଇଥାଏ । ତେଣୁ ନୂଆ ବର୍ଷରେ ସମସ୍ତେ ଏହି ଗୁଣଗୁଡ଼ିକୁ ଅନୁସରଣ କରି ଆଗକୁ ବଢ଼ନ୍ତୁ ।