ଭୁବନେଶ୍ବର: ନିଲମ୍ବିତ ୬ ବିଧାୟକଙ୍କ ସଭ୍ୟପଦ ରଦ୍ଧ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବ ବିଜେଡି। ପ୍ରଥମେ ସଭ୍ୟପଦ ରଦ୍ଧ ପାଇଁ ବାଚସ୍ପତିଙ୍କ ଅବଗତ କରିବ ବିଜେଡ଼ି। ଆସନ୍ତା ୨ ଦିନ ମଧ୍ୟରେ ଏ ନେଇ ବିଧାନସଭା ବାଚସ୍ପତିଙ୍କୁ ବିଜେଡ଼ି ପକ୍ଷରୁ ଅବଗତ କରାଯିବ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।ଯଦି ବାଚସ୍ପତିଙ୍କ ନିକଟରେ କିଛି ନ ହୁଏ ତାହା ହେଲେ ହାଇକୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବିଜେଡି ଯିବ। ୬ ଜଣ ବିଧାୟକ ଏହି ଘଟଣାକୁ ସହଜରେ ନ ନିଅନ୍ତୁ ବୋଲି କହିଛନ୍ତି ମୁଖପାତ୍ର ଲେଲିନ ମହାନ୍ତି। ସେ କହିଛନ୍ତି ଯେ, ସେମାନେ ଯଦି ଭାବୁଛନ୍ତି ଦିଲ୍ଲୀପ ରାୟଙ୍କ ସାହାଯ୍ୟରେ ସେ ବଞ୍ଚିଯିବେ ତାହା ଭୁଲ। ଏହି ବିଧାୟକ ମାନେ ରାଜ୍ୟ ଦଳ ପାଇଁ ଅନ୍ୟାୟ କରିଛନ୍ତି ବିଜେଡି ଛାଡ଼ିବ ନାହିଁ ବୋଲି ସେ କହିଛନ୍ତି।
Post Views: 1









