December 6, 2025 10:47 am

କେଭି ଓ ଲକ୍ଷ୍ମଣଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

ବନେଶ୍ୱର : ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ବିଧାୟକ ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ ଚାଲିବ ମାମଲା । ଉଭୟଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ । ବିନା ଶୁଣାଣିରେ ମାମଲା ଖାରଜ ପାଇଁ ଉଭୟ ଆବେଦନ କରିଥିଲେ ଉଭୟ ନେତା । ୨୦୨୪ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ ଲକ୍ଷ୍ମଣ ବାଗ୍ ।

ସୂଚନା ଥାଉକି, ଉପ ମୁଖ୍ୟମନ୍ତ୍ରୀଙ୍କ କେ.ଭି ସିଂହଦେଓ ବିରୋଧରେ ଚାଲିବ ନିର୍ବାଚନୀ ମାମଲା । ମୂଳ ମାମଲା ଖାରଜ ପାଇଁ ହୋଇଥିବା ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ ।ନିର୍ବାଚନୀ ମାମଲାକୁ ଖାରଜ ପାଇଁ ଆବେଦନ କରିଥିଲେ କେ ଭି. ସିଂହଦେଓ । ପରାଜିତ ପ୍ରାର୍ଥୀ ସରୋଜ ମେହେର ଦାୟର କରିଛନ୍ତି ନିର୍ବାଚନୀ ମାମଲା ।

ସେହିଭଳି କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ବିଧାୟକ ଲକ୍ଷ୍ମଣଙ୍କ ବିରୋଧରେ ଚାଲିବ ନିର୍ବାଚନୀ ମୋକଦ୍ଦମା । ତେବେ ଲକ୍ଷ୍ମଣଙ୍କ ଆବେଦନକୁ ଆଗ୍ରହ୍ୟ କରିଛନ୍ତି ହାଇକୋର୍ଟ । ମୂଳ ନିର୍ବାଚନୀ ମାମଲାକୁ ଖାରଜ ପାଇଁ ଆବେଦନ କରିଥିଲେ ଲକ୍ଷ୍ମଣ ବାଗ୍ । କଣ୍ଟାବାଞ୍ଜିର ଜଣେ ଭୋଟର ଦାୟର କରିଛନ୍ତି ନିର୍ବାଚନୀ ମାମଲା ।