June 26, 2025 7:19 pm

ଉପରମୁହାଁ କରୋନା ଗ୍ରାଫ୍

ନୂଆଦିଲ୍ଲୀ: ଉପରମୁହାଁ କରୋନା ଗ୍ରାଫ୍ । ବଢ଼ୁଛି କୋଭିଡ ସଂକ୍ରମଣ। ୫ ହଜାର ଟପିଲା ଆକ୍ଟିଭ କେସ୍। ୫ ହଜାର ୩୬୪ରେ ପହଞ୍ଚିଛି ଆକ୍ଟିଭ କେସ୍। ସୁସ୍ଥ ହୋଇ ଫେରିଛନ୍ତି ୪ ହଜାର ୭୨୪ ଜଣ। ଗତ ୨୪ ଘଣ୍ଟାରେ ଦେଶରେ ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଓଡ଼ିଶାରେ ମୋଟ ୨୩ ସଂକ୍ରମିତ ଚିହ୍ନଟ ହେଲେଣି। ଗତକାଲି ୫ ଜଣ ଚିହ୍ନଟ ହୋଇଛନ୍ତି। କେରଳରେ ସର୍ବାଧିକ ୧୬୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କେରଳରେ ୧୯୨ ନୂଆ କେସ୍ ସାମ୍ନାକୁ ଆସିଛି । କେରଳ ପରେ ଗୁଜରାଟରେ ଦ୍ବିତୀୟ ସର୍ବାଧିକ ସଂକ୍ରମଣ। ୬୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ୫୦୦ରୁ ଅଧିକ କେସ୍ । କୋଭିଡ ସଂକ୍ରମଣ ବଢୁଥିବାରୁ ଜନଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ସଂକ୍ରମଣ ବଢୁଥିବାରୁ ଲ୍ୟାବ ପ୍ରସ୍ତୁତ ରହିଛି । କରୋନା ଟେଷ୍ଟ ଚାଲିଛି । ଡାକ୍ତରଖାନାଗୁଡିକ ପ୍ରସ୍ତୁତ ରହିଛନ୍ତି । ସବୁ ରାଜ୍ୟ ସରକାର ସବୁ ପ୍ରସ୍ତୁତି ଉପରେ ନଜର ରଖିଛନ୍ତି । ଓମିକ୍ରନର ସବଭାରିଏଣ୍ଟ LF.7,XFG,JN.1 ଏବଂ NB.1.8.1 କାରଣରୁ ସଂକ୍ରମଣ ବଢୁଛି । ଯଦିଓ ନୂଆ ଭାରିଏଣ୍ଟ ମାରାତ୍ମକ ନୁହେଁ କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହସ୍ପିଟାଲଗୁଡିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରିଏଣ୍ଟ ମାରାତ୍ମକ ନୁହେଁ ବୋଲି କହିଛି ।