February 26, 2026 3:58 am

ଇଡି ଅଧିକାରୀଙ୍କ ବିରୋଧରେ ହୋଇଥିବା ଏଫ୍ଆଇଆର୍ ଉପରେ ରୋକ୍

ନୂଆଦିଲ୍ଲୀ:କୋଲକାତାରେ IPAC ବିରୋଧରେ ହୋଇଥିବା ଇଡିର ଚଢାଉ ନେଇ ଉପୁଜିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି lବେଙ୍ଗଲ ପୁଲିସ ଦ୍ୱାରା ଇଡି ବିରୁଦ୍ଧରେ କରାଯାଇଥିବା ମାମଲାକୁ କୋର୍ଟ ସ୍ଥଗିତ ରଖିଛନ୍ତି। ଏହି ମାମଲାରେ ପରବର୍ତ୍ତି ଶୁଣାଣି ଫେବ୍ରୁଆରୀ ୩ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାର ଏବଂ ପୋଲିସକୁ ସମସ୍ତ ସିସିଟିଭି ଫୁଟେଜ୍, ଅନ୍ୟାନ୍ୟ ଉପକରଣ ଏବଂ ଡକ୍ୟୁମେଣ୍ଟ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଶୁଣାଣି ସମୟରେ, ଇଡି ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ (ଏସଜି) ତୁଷାର ମେହତା ଏବଂ ବେଙ୍ଗଲ ସରକାରଙ୍କ ପକ୍ଷରୁ ହାଜର ହେଉଥିବା ବରିଷ୍ଠ ଓକିଲ କପିଲ ସିବଲଙ୍କ ମଧ୍ୟରେ ପ୍ରବଳ ବାକ୍-ବିବାଦ ହୋଇଥିଲା।ଏଥିରେ ଏସଜି ମମତା ବାନାର୍ଜୀଙ୍କ ଉପରେ ଫାଇଲ ଚୋରି କରିବାର ଅଭିଯୋଗ ଆଣିଥିଲେ, ସେପଟେ ନିର୍ବାଚନ ପୂର୍ବରୁ ଇଡି କାହିଁକି ଆଇ-ପିଏସିକୁ ଗଲା ବୋଲି ସିବଲ ପ୍ରଶ୍ନ କରିଥିଲେ।