ଭୁବନେଶ୍ବର:ରୁପାଲି ଛକରେ ଦୁର୍ଘଟଣା ଘଟାଇଥିବା ଆମ ବସ୍ ଡ୍ରାଇଭର ଗିରଫ । ଗିରଫ ଚାଳକ ହେଲେ ସଚିତ୍ର ସାହୁ। ତାଙ୍କର ବୟସ ୫୫ ବର୍ଷ। ତାଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୫ ଆଧାରରେ ଗିରଫ କରାଯାଇଛି। CCTV ଫୁଟେଜରୁ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ବସଟି ପଛପଟୁ ଠିଆ ହୋଇଥିବା ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା।ଶୁକ୍ରବାର ଦିନ ସକାଳେ ଭୁବନେଶ୍ୱର ରୁପାଲି ଟ୍ରାଫିକ୍ ଉପରେ ଏକ ଅଟୋକୁ ପଛରୁ ଧକ୍କା ଦେଇଥିଲା ‘ଆମ ବସ୍’ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଆଗରେ ଥିବା ଆଉ ଏକ ବସ୍ରେ ଅଟୋଟି ଚାପି ହୋଇଯାଇଥିଲା । ଫଳରେ ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ଅଟୋ ଚାଳକ ବିଷ୍ଣୁ ପାତ୍ରଙ୍କ ଜୀବନ ।
Post Views: 77









