Nababharat News

ଡୋନେଟ୍ ଫର୍ ଦେଶ:କଂଗ୍ରେସର ଦେଶବ୍ୟାପୀ କ୍ରାଉଡଫଣ୍ଡିଂ  ମାଧ୍ୟମରେ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ

Donate for Desh

ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପାଣ୍ଠି ସଂଗ୍ରହ ପାଇଁ ସୋମବାର ‘ଡୋନେଟ୍ ଫର୍ ଦେଶ’ ନାମରେ ଏକ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିଛି। ଦିଲ୍ଲୀରେ ଦଳ ସଭାପତି ମଲ୍ଲିକାର୍ଜୁନ ଖଡଗେ ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। 

ଏହି କାର୍ଯ୍ୟକ୍ରମ ପ୍ରାଥମିକ ଭାବରେ ଅନଲାଇନ ମାଧ୍ୟମରେ ଦଳର ୧୩୮ତମ  ପ୍ରତିଷ୍ଠା ଦିବସ ଡିସେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ପରେ ଉଭୟ ଅନଲାଇନ ଓ  ଡୋର୍ ଟୁ ଡୋର୍ କଲେକ୍ସନ ଅଭିଯାନ ସମେତ ପ୍ରଚାରର ଫିଜିକାଲ ମୋଡ୍ ଡିସେମ୍ବର ୨୮ରୁ ଆରମ୍ଭ ହେବ।

ଦଳ ପକ୍ଷରୁ ୧୮ ବର୍ଷ ଓ ତା’ଠାରୁ ଅଧିକ ବୟସର ବ୍ୟକ୍ତିଙ୍କଠାରୁ ସର୍ବନିମ୍ନ ୧୩୮ ଟଙ୍କା କିମ୍ବା ୧୩୮୦ ଟଙ୍କା ବା ୧୩,୮୦୦ ଟଙ୍କା ର ଗୁଣିତକ ଓ ଅନ୍ୟାନ୍ୟ ଦାନ ମାଗାଯାଇଛି। ଦାନ କରିଥିବା ବ୍ୟକ୍ତିମାନକଙ୍କୁ  କଂଗ୍ରେସ ଅଧ୍ୟକ୍ଷଙ୍କ ଦସ୍ତଖତ ଥିବା ଏକ ପ୍ରମାଣପତ୍ର ମିଳିବ। 

ଅଭିଯାନକୁ ସଫଳ କରିବାପାଇଁ ସମସ୍ତ ରାଜ୍ୟ ୟୁନିଟକୁ ସାମ୍ବାଦିକ ସମ୍ମିଳନୀ ଓ ସୋସିଆଲ ମିଡିଆ ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି। ପ୍ରତ୍ୟକ ବୁଥରେ ସର୍ବନିମ୍ନ ଦଶ ଜଣଙ୍କ ଠାରୁ  ୧୩୮ ଟଙ୍କା  ବା ତାହାର ଗୁଣିତକ ୧୩୮୦୦୦ ଟଙ୍କା ପର୍ଯ୍ୟନ୍ତ  ଗ୍ରହଣ କରିବାକୁ ଦଳୀୟ କର୍ମୀ ଓ ସ୍ୱେଚ୍ଛାସେବୀଙ୍କୁ କୁହା ଦିଆଯାଇଛି। ଦଳ ୧୯୨୦-୨୧ରେ ମହାତ୍ମା ଗାନ୍ଧୀଙ୍କ ତିଲକ ସ୍ୱରାଜ ପାଣ୍ଠିରୁ ଏହି ଅଭିଯାନ ଅନୁପ୍ରାଣିତ ହୋଇଛି ବୋଲି କୁହାଯାଉଛି।

ଏପଟେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ମୁଖ୍ୟ ଶରତ ପଟ୍ଟନାୟକ ଏହି ଅଭିଯାନକୁ ସମର୍ଥନ କରି ଅକୁଣ୍ଠ ଚିତ୍ତରେ ସାହାଯ୍ୟବାକୁ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି।

ନିକଟରେ ପାଖାପାଖି ୪୦୦ କୋଟି ଟଙ୍କା ଜବତ ଘଟଣାରୁ ଦେଶବାସୀଙ୍କ ଦ୍ରୁଷ୍ଟି ଏଡାଇବା ପାଇଁ ଏବଂ ଦଳର ଭାବମୂର୍ତି ସଜାଡିବା ପାଇଁ  କଂଗ୍ରେସର ଏହା ଏକ ସୁଚିନ୍ତିତ ପଦକ୍ଷେପ ବୋଲି  କଂଗ୍ରେସ ବିରୋଧୀମାନେ  କହିଛନ୍ତି। ଏଠାରେ ଉଲ୍ଲଖଯୋଗ୍ୟଯେ ନିକଟରେ କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରୁ ୩୫୦ କୋଟି ଟଙ୍କା ଜବତ ହୋଇଥିଲ। 

ଏହି ପରିପ୍ରେକ୍ଷିରେ ଦଳର ଏହି କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭକୁ ବିଜେପି ସମାଲୋଚନା କରିଛି।  କଂଗ୍ରେସ ଏବଂ ଦୁର୍ନୀତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି କହିଛି ଗେରୁଆ ଦଳ।

ମାତ୍ର ପିସିସି ସଭାପତିଙ୍କ ଶରତ ପଟ୍ଟନାୟକ  ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତିଯେ ଜବତ ହୋଇଥିବା ନଗଦ ଟଙ୍କା  ଏଯାଏ କଳାଧନ ବୋଲି ତାହାର କିଛିବି ପ୍ରମାଣ ମିଳିନାହିଁ।

Exit mobile version