ଭୁବନେଶ୍ୱର: କଟକ ସର୍କଲ ଖଣି ଉପ ନିର୍ଦ୍ଦେଶକ ଦେଵବ୍ରତ ମହାନ୍ତିଙ୍କ ଭୁବନେଶ୍ୱର ପଟିଆସ୍ଥିତ ଫ୍ଲାଟରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏବେ ସୁଦ୍ଧା ସବୁଠାରୁ ବଡ଼ ନଗଦ ଟଙ୍କା ଜବତ ବୋଲି କୁହାଯାଉଛି । ଟ୍ରଲି ବ୍ୟାଗ୍ ଏବଂ ଆଲମିରା ଭିତରେ ଲୁଚାଇ ରଖାଯାଇଥିବା ୪ କୋଟିରୁ ଅଧିକ ଟଙ୍କା ମିଳିଛି । ଏହା ସହିତ ଭୁବନେଶ୍ୱର ପାହଳଠାରେ ଏକ ଦୁଇ ମହଲା କୋଠା ଏବଂ ପ୍ରାୟ ୧୩୦ ଗ୍ରାମର ସୁନା ଗହଣା ଠାବ ହୋଇଛି । ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ଫ୍ଲାଟ୍, ଭଦ୍ରକର ପୈତୃକ ଘର ଏବଂ କଟକ ଅଫିସରେ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କ ଠାରୁ କୋଇଲା ଡିପୋରୁ ସୁରୁଖୁରୁରେ କୋଇଲା ପରିବହନ ପାଇଁ ଅନୁମତି ଦେବା ବଦଳରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି ।
ଖଣି ଅଧିକାରୀଙ୍କ ଘରୁ ୪ କୋଟିରୁ ଉର୍ଦ୍ଧ ଟଙ୍କା ଜବତ କଲା ଭିଜିଲାନ୍ସ
