Nababharat News

ବିଜେଡି ଓଡିଶାରେ ତିନି ଚତୁର୍ଥାଂଶରୁ ଅଧିକ ଆସନ ଜିତିବ: ବବି ଦାସ 

ଭୁବନେଶ୍ୱର: ସାରା  ଓଡିଶାରେ ବିଜେଡି -ବିଜେପି   ମେଣ୍ଟ ସମ୍ଭାବନାକୁ ନେଇ ଲାଗିରହିଥିବା  କଳ୍ପନାଜଳ୍ପନାରେ ଆଜି ସମ୍ପୂର୍ଣ ଅନ୍ତ ଘଟାଇଛନ୍ତି  ବିଜେଡ଼ି  ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ (ବବି) ଦାସ।  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗତକାଲିର  ‘ଏକ୍ସ’ ପୋଷ୍ଟର ଜବାବରେ ବବି  ଆଜି ଏକ  ପୋଷ୍ଟ କରିଛନ୍ତି । ବିଜେଡି ସମସ୍ତ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବ ବୋଲି ସେ ଲେଖିଛନ୍ତି । ଖାଲି ସେତିକି ନୁହେଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ ବୋଲି ସେ ଦୃଢ଼ତା ଦେଖାଇଛନ୍ତି ।

ବବିଙ୍କ ପୋଷ୍ଟରେ ଲେଖାଯାଇଛି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଦଳରେ ବିଜେଡି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିଛି ।

ବିଜେଡି ସମସ୍ତ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବା ସହିତ ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ ।

ରାଷ୍ଟ୍ର ଗଠନ ପାଇଁ  କୋ ଅପରେଟିଭ ଫେଡେରାଲିଜମ  ଓ  ଷ୍ଟେଟସମ୍ୟାନସିପ ମନୋଭାବ ସହିତ ଓଡ଼ିଶାବାସୀଙ୍କୁ ସବୁବେଳେ ଆଗଧାଡ଼ିରେ ରଖି ସେମାନଙ୍କ କଲ୍ୟାଣ ପାଇଁ ବିଜେଡି ନିଷ୍ପତ୍ତି ନେବ ।

ନୂତନ ଓ ସଶକ୍ତ ଓଡ଼ିଶା ଆମର ଲକ୍ଷ୍ୟ ହେବ ଏବଂ ଆମର ଲୋକପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଏହାକୁ ହାସଲ କରିବା ଦିଗରେ ଆଗେଇ ଚାଲିଛୁ ।

Exit mobile version