Nababharat News

ବାରବାଟୀରେ ଭାରତର ଆକର୍ଷଣୀୟ ବିଜୟ

କଟକ: ବାରବାଟୀରେ ଭାରତର ବିରାଟ ବିଜୟ ।ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର ବୃହତ ବ୍ୟବଧାନରେ ପରାସ୍ତ କରି କଟକ ଠାରେ ଥିବା ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୨୮ ବଲରେ ୫୯ ରନର ବିସ୍ଫୋରକ ଇନିଂସ ଖେଳି ଦଳକୁ ୧୭୫ ରନରେ ପହଞ୍ଚାଇଥିଲେ l ଭାରତ ଦେଇଥିବା ୧୭୬ ରନର ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ମାତ୍ର ୭୪ ରନରେ ଅଲଆଉଟ୍ ହୋଇଯାଇଥିଲା। ଅର୍ଶଦୀପ ସିଂହ ଓ ହାର୍ଦ୍ଦିକଙ୍କ ନେତୃତ୍ୱରେ ବୋଲରମାନେ ଶୃଙ୍ଖଳିତ ପ୍ରଦର୍ଶନ କରି ପ୍ରୋଟିଆସ୍ ବ୍ୟାଟିଂକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଏହି ବିଜୟ ସହିତ ଭାରତ ୫ ମ୍ୟାଚ୍ ବିଶିଷ୍ଟ T20 ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି।

Exit mobile version