Nababharat News

ବିଜେଡିର ୧୫ ଲୋକସଭା, ୭୨ ବିଧାନସଭା ପ୍ରାର୍ଥୀ ତାଲିକା ଆସିଲା 

ସମ୍ବଲପୁରରେ ମହାମୁକାବିଲା

ଭୁବନେଶ୍ୱର: ବିଜେଡିର  ସଭାପତି ତଥା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ଦୁଇଟି ପର୍ଯ୍ୟାୟରେ ମୋଟ ୧୫ ଟି ଲୋକସଭା ଆସନ ଏବଂ ୭୨ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।  ବହୁଚର୍ଚ୍ଚିତ ସମ୍ବଲପୁର ଲୋକସଭା ଆସନରେ ପ୍ରଣବ ପ୍ରକାଶ(ବବି) ଦାସ ପ୍ରାର୍ଥୀ ହୋଇଥିବାବଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ଲଢ଼େଇ ହେବ ।

ସେହିଭଳି ଭୁବନେଶ୍ୱର ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଲଢ଼ିବେ ବିଜେଡିର ନବାଗତ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟକଙ୍କ ସାନପୁଅ ମନ୍ମଥ ରାଉତରାୟ । କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି ଏବଂ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ମୁକାବିଲା ହେବ । ସେହିପରି ପୁରୀ ଲୋକସଭାରେ ବିଜେପି ଜାତୀୟ ମୁଖପାତ୍ର ସଂବିତ ପାତ୍ରଙ୍କ ସହ ପୂର୍ବତନ ମୁମ୍ବାଇ ପୁଲିସ କମିଶନର ଅରୂପ ପଟ୍ଟନାୟକ ଲଢିବେ।  କନ୍ଧମାଳ ଏମପି ଅଚ୍ୟୁତ ସାମନ୍ତ  ପୁଣି   ସେହିସ୍ଥାନରୁ ବିଜେଡ଼ି ପ୍ରାର୍ଥୀ  ହୋଇଛନ୍ତି। 

ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ:

Exit mobile version